ବଜ୍ରାଘାତରେ ଶିକ୍ଷକଙ୍କ ସମେତ 5 ଛାତ୍ରଛାତ୍ରୀ ଆହତ
ଖୋର୍ଦ୍ଧା: ବଜ୍ରାଘାତରେ ଶିକ୍ଷକଙ୍କ ସମେତ 5 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ନିରାକାରପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ଆହତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଛି । ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ନିରାକାରପୁରରେ ପ୍ରବଳ ବଜ୍ରପାତ ହେବାରୁ ଲୋକେ ଭୟଭୀତ ହୋଇ ଘରେ ରହିଥିଲେ । ଏହି ସମୟରେ ନିରାକାରପୁର କଲେଜ ଛକ ନିକଟରେ ଏକ କୋଚିଙ୍ଗ ସେଣ୍ଟର୍ରେ ପିଲାମାନେ ପଢୁଥିଲେ । ସେହି ସ୍ଥାନରେ ଥିବା ଏକ ଗଛକୁ ବିଜୁଳି ମାରିଥିଲ। । ଏହାର ପ୍ରଭାବ ଏତେ ଅଧିକ ଥିଲା ଯେ ତାହା ପିଲାମାନେ ପଢୁଥିବା ଘର ଭିତରକୁ ପ୍ରବେଶ କରିଥିଲା ।
ବଜ୍ରପାତ ଆଘାତରେ ଟ୍ୟୁସନ ଶିକ୍ଷକ ଜଗନ୍ନାଥ ମଙ୍ଗରାଜଙ୍କ ସହିତ ଛାତ୍ରଛାତ୍ରୀ ପ୍ରଭୁ ପ୍ରୀତମ ବେହେରା, ବଳରାମ ବେହେରା, ରତ୍ନାକର ଭୋଇ, ବର୍ଷା ରାଣୀ ବଳିଆରସିଂହ ଓ ବର୍ଷା ବାରିକ ଅଚେତ୍ ହୋଇ ଯାଇଥିଲେ । ସ୍ଥାନୀୟବାସୀଙ୍କ ସହଯୋଗରେ ଆହତମାନଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ସ୍ଥାନୀୟ ଘରୋଇ ନର୍ସିଙ୍ଗହୋମ ପ୍ରାଥମିକ ଚିକିତ୍ସା କରାଯାଇଥିଲା ପରେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।












Click it and Unblock the Notifications