22 ଲକ୍ଷ ଟଙ୍କାରେ ନିଲାମ ହେଲା 31 କ୍ୱିଣ୍ଟାଲର ଲଡ଼ୁ
ଅନୁଗୁଳ: 31 କ୍ୱିଣ୍ଟାଲର ଲଡ଼ୁ। 22 ଲକ୍ଷ ଟଙ୍କାରେ ହେଲା ନିଲାମ ତାଳଚେର ଗଣେଶ ପୂଜା ଆଜ୍ଞା ଲଡ଼ୁ। ଏହି ଆଜ୍ଞା ଲଡୁକୁ ନିଲାମ ନେଇଛି ଲାଲବାଗ ରାଜା ପୂଜା କମିଟି । ସମୁଦାୟ 22 ଲକ୍ଷ 22 ହଜାର 222 ଟଙ୍କାରେ ଏହି ଲଡ଼ୁ ନିଲାମ ହୋଇଛି । 31 କ୍ୱିଣ୍ଟାଲ ଓଜନର ଏହି ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଲଡ଼ୁକୁ 40 ଜଣ କାରିଗର ଦୁଇଦିନରେ ତିଆରି କରିଥିଲେ ।

ସୂଚନାଥାଉକି, ଗୁରୁବାର ତାଳଚେର ଗଣେଶ ପୂଜାର ଲଡୁ ନିଲାମ କାର୍ଯ୍ୟକ୍ରମ ହୋଇଥିଲା । କେନ୍ଦ୍ରୀୟ ପୂଜା କମିଟି ସର୍ବ ସମ୍ମୁଖରେ ଲଡୁ ନିଲାମ କରିଥିଲେ । ଗଜାନନଙ୍କ ଆଜ୍ଞା ଲଡୁ ନିଲାମରେ ବିଭିନ୍ନ ପୂଜା କମିଟି ଏବଂ ସର୍ବସାଧାରଣ ଲୋକେ ଭାଗ ନେଇଥିଲେ । ତାଳଚେର ଚିତ୍ରକୁଟ ବଜାରର ବିଘ୍ନେଶ୍ଵର ଗଣେଶଙ୍କ ପାଖରେ ଲଡୁ ପୂଜାର୍ଚ୍ଚନା ପରେ ଏକ ବିରାଟ ପଟୁଆର ବଡ଼ଦାଣ୍ଡକୁ ଆସିଥିଲା ।
22 ଲକ୍ଷ 22 ହଜାର 222 ଟଙ୍କାରେ କିଣିଲା ତାଳଚେର ଲାଲବାଗ ରାଜା ଅନୁଷ୍ଠାନ । ତାଙ୍କ ପଛକୁ ଅନୀଲ ବେହେରା 21 ଲକ୍ଷ 50 ହଜାର ଟଙ୍କା ନିଲାମ ଡାକି ଲଡ଼ୁ ନେବାରେ ଅସଫଳ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମିଟିର ସଭାପତି, ଉପଜିଲ୍ଲାପାଳ, ମୁଖ୍ୟ ଅତିଥି ଭାବେ ଢ଼େଙ୍କନାଳ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ ।












Click it and Unblock the Notifications