Get Updates
Get notified of breaking news, exclusive insights, and must-see stories!

ବାପକୁ ପର କରିଦେଲା କରୋନା : ଶବ ଛୁଇଁଲାନି ପୁଅ, ମୁଖାଗ୍ନି ଦେଲେ ତହସିଲଦାର

ବାପକୁ ପର କରିଦେଲା କରୋନା । ଏମିତିକି ବାପାର ମୃତ ଶରୀରକୁ ବି ଛୁଇଁବାକୁ ଭୟ କଲା ପୁଅ । ସାହା ହେଲେ ତହସିଲଦାର । ନିଜେ କାଠ ବୋହିବା ସହ ମୁଖାଗ୍ନି ମଧ୍ୟ ଦେଲେ ।

ଭୁବନେଶ୍ୱର : ବାପକୁ ପର କରିଦେଲା କରୋନା । ଏମିତିକି ବାପାର ମୃତ ଶରୀରକୁ ବି ଛୁଇଁବାକୁ ଭୟ କଲା ପୁଅ । ସାହି ପରିଜନ ବି ପାଖ ମା଼ଡିଲେନି । ସାହା ହେଲେ ତହସିଲଦାର । ନିଜେ କାଠ ବୋହିବା ସହ ମୁଖାଗ୍ନି ମଧ୍ୟ ଦେଲେ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ, ଯାହାକି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Chandabali-Tahasildar

ଖବର ଅନୁସାରେ, ଚାନ୍ଦବାଲି ବ୍ଲକ ନଳଗୋହିରା ଗ୍ରାମର 50 ବର୍ଷୀୟ ସୁବାସ ଖଟୁଆ ଗତ 9 ମାସ ହେବ କ୍ୟାନସରରେ ଶିକାର ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ଏହି ମାସ 8 ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ସୁସ୍ଥ ହେବା ପରେ ସେ ହୋମ୍‌ଆଇସୋଲେସନ୍‌ରେ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମଣ ଭୟରେ ତାଙ୍କ ମୃତଦେହ ନ ଛୁଇଁବା ସହ ଶତ୍କାର ମଧ୍ୟ କରିନଥିଲେ ।

ଶେଷରେ ପରିବାର ଲୋକେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ଘଟଣା ସଂପର୍କରେ ଚାନ୍ଦବାଲି ତହସିଲଦାର ଓ ବିଡ଼ିଓଙ୍କୁ ଖବର ଦେଇଥିଲେ । ଖବର ପାଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର ନଳଗୋହିରା ଗ୍ରାମରେ ପହଞ୍ଚି ସୁବାସଙ୍କ ଶବ ଆମ୍ବୁଲାନ୍ସ ଯୋଗେ ନେଇ ସତ୍କାର କରିଥିଲେ । ଏପରିକି ମୁଖାଗ୍ନି ଦେଇଥିଲେ ନିଜେ ତହସିଲଦାର । ସତ୍କାର ବେଳେ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାଶ, ଅତିରିକ୍ତ ତହସିଲଦାର, ବିପିଏମ, ବାଂଶଡ଼ା ଥାନା ଅଧିକାରୀ କରୁଣାକର ରାଉତ ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ । ସୁବାସ ଖଟୁଆଙ୍କ ମରଶରୀରକୁ କୋଭିଡ୍ ନିୟମ ପାଳନ ପୂର୍ବକ ପିପିଇ କିଟ୍ ପିନ୍ଧି ସତ୍କାର କରାଯାଇଥିଲା । ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+