SWAYAM: ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ନେବାକୁ ଏମିତି କରନ୍ତୁ ଆବେଦନ..
SWAYAM: ରାଜ୍ୟର ଯୁବକଯୁବତୀଙ୍କୁ ଉଦ୍ୟୋଗ କ୍ଷେତ୍ରରେ ମନୋନିବେଶ କରାଇବା ସହ ସକ୍ଷମ କରିବା ଲାଗି ରାଜ୍ୟ ସରକାର ଆଣିଛନ୍ତି 'ସ୍ୱୟମ୍' ଯୋଜନା । ବିନା ସୁଧରେ 1 ଲକ୍ଷ ଟଙ୍କା ଋଣ ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆବେଦନ ମଧ୍ୟ ଆରମ୍ଭ ହୋଇସାରିଛି । ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ଆବେଦନ କରିପାରିବେ । ସରକାର ଦେଉଥିବା ଋଣ ଅର୍ଥରେ ପୁରୁଣା ବ୍ୟବସାୟ ବଢାଇବା ସହ ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ ।

କଣ ଏହି ସ୍ୱୟମ୍ ଯୋଜନା...
ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟ ବଢ଼ାଇବା ପାଇଁ ରାଜ୍ୟର ଯୁବକଯୁବତୀଙ୍କୁ ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବେ ରାଜ୍ୟ ସରକାର । ଋଣର ସୁଧଭାର ବହନ କରିବେ ରାଜ୍ୟ ସରକାର । ବ୍ୟବସାୟ ପାଇଁ ଆବଶ୍ୟକ ଟଙ୍କାର ମାତ୍ର 5 ପ୍ରତିଶତ ମୂଳ ଜମା ଆକାରରେ ଦାଖଲ କରିବାକୁ ପଡ଼ିବ । ଋଣ ନିମନ୍ତେ କୌଣସି ବନ୍ଧକ ରଖିବାକୁ ପଡ଼ିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡ଼ିବ ନାହିଁ । 4 ବର୍ଷ ସମୟ ସୀମା ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ । ବ୍ୟାଙ୍କର ପ୍ରଚଳିତ ନିୟମାନୁଯାୟୀ 3 ରୁ 6 ମାସ ପର୍ଯ୍ୟନ୍ତ ଋଣ ପରିଶୋଧ ଅବଧି ରହାତି ରହିଛି ।
ଆବେଜନ ପାଇଁ ଆବଶ୍ୟକ ଏହି କାଗଜ ପତ୍ର:
- ଆବେଦନକାରୀଙ୍କ ପାସ୍ପୋର୍ଟ ସାଇଜ ଫଟୋ
- ବୟସ ପ୍ରମାଣପତ୍ର (ଆଧାର କାର୍ଡ/ ଭୋଟର କାର୍ଡ/ ପ୍ୟାନ୍ କାର୍ଡ/ ଜନ୍ମ ପ୍ରମାଣପତ୍ର)
- ବାସସ୍ଥାନ ପ୍ରମାଣପତ୍ର
- ବାର୍ଷିକ ଆୟ ପ୍ରମାଣପତ୍ର/ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ/ କାଳିଆ ଯୋଜନା କାର୍ଡ
- UDYAM ରେଜିଷ୍ଟ୍ରେସନ/ ଆସିଷ୍ଟେଡ ସାର୍ଟିଫିକେଟ
- ଜାତି/ ଭିନ୍ନକ୍ଷମ ପ୍ରମାଣପତ୍ର
- ସହରାଞ୍ଚଳ କିନ୍ନରଙ୍କ ଦ୍ବାରା ଘୋଷଣାପତ୍ର
କଣ ରହିବ ଯୋଗ୍ୟତା:
- ଆବେଦନକାରୀଙ୍କ ବୟସ 18 ରୁ 35 ବର୍ଷ ମଧ୍ୟରେ ହୋଇଥିବ
- ଅନୁସୂଚିତ ଜାତି/ ଜନଜାତି/ ଭିନ୍ନକ୍ଷମ/ କିନ୍ନର ଋଣଗ୍ରହୀତାଙ୍କ ପାଇଁ ସର୍ବୋଚ୍ଚ ବୟସସୀମା 40 ବର୍ଷ
- କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ପରିବାର କିମ୍ବା ଗ୍ରାମାଞ୍ଚଳରେ 2 ଲକ୍ଷ ଟଙ୍କା ଏବଂ ସହରାଞ୍ଚଳରେ 3 ଲକ୍ଷ ଟଙ୍କାରୁ କମ୍ ବାର୍ଷିକ ଆୟ ଥିବା ପରିବାର
- 'ଉଦ୍ୟମ' ଯୋଜନାରେ ପଞ୍ଜିକୃତ କିମ୍ବା ସହାୟକ ନମ୍ବରଧାରୀ ଯୁବକଯୁବତୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ
କିପରି କରିବେ ଆବେଦନ:
- ଆବେଦନକାରୀ ଓ୍ବେବ୍ସାଇଟ୍ https://swayam.odisha.gov.in/ ଅଥବା 'ମୋ ସେବା କେନ୍ଦ୍ର' ସହାୟତାରେ ଆବେଦନ କରିପାରିବେ ।
- ସହରାଞ୍ଚଳ ଆବେଦନକାରୀ ନିଜ ଋଣ ଦରଖାସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ/ ପୌର ପରିଷଦ/ ମହାନଗର ନିଗମ କାର୍ଯ୍ୟାଳୟରେ ମଧ୍ୟ ଦାଖଲ କରିପାରିବ ।
- ଆବେଦନକାରୀ ଯେଉଁ ବ୍ୟାଙ୍କରୁ ଋଣ ନେବାକୁ ଇଛୁକ, ତାହା ଆବେଦନ ସମୟରେ ଦର୍ଶାଇବେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications