I.N.D.I.A ଗଠବନ୍ଧନ ସହ ହେଲାନି ସହମତି, ଏକାକୀ ନିର୍ବାଚନ ଲଢିବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ
Lok Sabha Elections: ଇଣ୍ଡିଆ ମେଣ୍ଟକୁ ପୁଣି ଲାଗିଲା ଝଟକା । ହାତ ଛାଡ଼ିଦେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ସମାଜବାଦୀ ପାର୍ଟି ସହ ମତଭେଦ ପରେ ଇଣ୍ଡିଆ ମେଣ୍ଟରୁ ମଧ୍ୟ ଦୂରେଇଛନ୍ତି ମୌର୍ଯ୍ୟ । ଏହା ସହ ସ୍ୱାମୀ ପ୍ରସାଦ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ ସେ ଦୁଇଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।

ଉତ୍ତରପ୍ରଦେଶର କୁଶୀନଗର ଏବଂ ଦେଓରିଆ ଲୋକସଭା ଆସନରୁ ସେ ପ୍ରାର୍ଥୀ ଘୋଷଣା କରିଛନ୍ତି । ସ୍ୱାମୀ ପ୍ରସାଦ ନିଜେ କୁଶୀନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହା ସହ ଦେଓରିଆ ଆସନରୁ ଏସ୍ଏନ୍ ଚୌହାନଙ୍କୁ ପାର୍ଥୀ କରାଯାଇଛି ।
ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ଇଣ୍ଡି ମିଳିତ ମଞ୍ଚ ଠାରୁ ଅଲଗା ହୋଇଛନ୍ତି । ଏପରିକି ସେ ରାଜ୍ୟର ପାଞ୍ଚଟି ଆସନରେ ନିର୍ବାଚନ ଲଢିବେ ଏବଂ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିବେ ।
ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିବାବେଳେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଲେଖିଛନ୍ତି ଯେ ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟି ଗଠନ ପରଠାରୁ ମୁଁ ଆଜି ପର୍ଯ୍ୟନ୍ତ ଭାରତ ମିଳିତ ମଞ୍ଚ ଜିତିବା ଏବଂ ଦୃଢ କରିବାକୁ ଚେଷ୍ଟା କରୁଛି । ଏହି ସମୟରେ ବିଜେପି ହଟାଅ- ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ- ବିଜେପି ହଟାଅ ପାଇଁ ଦେଶବାସୀଙ୍କୁ ନିବେଦନ କରିଛି ।












Click it and Unblock the Notifications