Get Updates
Get notified of breaking news, exclusive insights, and must-see stories!

ପାରାଦ୍ୱୀପ ବନ୍ଦରରେ ସନ୍ଦିଗ୍ଧ ପ୍ୟାକେଟ୍, ଡେନମାର୍କ ଚାଲାଣ ହେଉଥିଲା କୋକେନ୍

ପାରାଦୀପ: ପାରାଦୀପ ବନ୍ଦରରେ ମିଳିଲା ସନ୍ଦିଗ୍ଧ ପ୍ୟାକେଟ୍ । ବର୍ଥରେ ଲାଗିଥିବା ଏକ ଜାହାଜ ଭିତରୁ ମିଳିଛି 8ଟି ସନ୍ଦେହଜନକ ପ୍ୟାକେଟ୍ । ଜାହାଜରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ଯାଞ୍ଚ କରାଯାଇଛି । ଜବତ 8 ଟି ପ୍ୟାକେଟ୍ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି । ପିଆଇସିଟି ବର୍ଥରେ ଲାଗିଥିବା MV DEBI ନାମକ ଜାହାଜରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

Drugs

ଦୁଇ ଦିନ ପୂର୍ବେ ପାରାଦୀପ ପୋର୍ଟକୁ ଆସିଥିଲା ଏହି ଜାହାଜ । ଜାହାଜରେ ସନ୍ଦିଗ୍ଧ ଅବସ୍ଥାରେ ପ୍ୟାକେଟ୍ ଦେଖି ବୋମା ଥିବା ସନ୍ଦେହ କରାଯାଉଥିବା ବେଳେ ଯାଞ୍ଚ ବେଳେ ସନ୍ଦେହଜନକ ଅବସ୍ଥାରେ ଏହି ପ୍ୟାକେଟ ଜବତ ହୋଇଛି। । ସମସ୍ତ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି ।
ଦୁଇ ଦିନ ତଳେ ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଥିଲା ଜାହାଜ MV DEBI । ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଥିଲା । ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା ।

ମାତ୍ର MV DEBIରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ । ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ । ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହାଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା । ଗତ ରାତିରେ CISF, ପାରାଦୀପ ପୁଲିସ୍‌, ଡଗ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେମାନେ ସ୍କାନରରେ ଯାଞ୍ଚ କରିବା ପରେ ତାହା ବୋମା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା ।

ଏହାପରେ ଜାହଜକୁ ତନ ତନ କରି ଯାଞ୍ଚ କରାଯିବାରୁ ସନ୍ଦିଗ୍ଧ ପ୍ୟାକେଟ ଜବତ ହୋଇଛି । ପ୍ରତି ପ୍ୟାକେଟର ଓଜନ 8-10 କେଜି ରହିଛି । ପ୍ରତି ପ୍ୟାକେଟରେ ବିପୁଳ ପରିମାଣର ଧଳା ପାଉଡର ରହିଥିବା ବେଳେ ତାହା କିଛି ନିଶା ଦ୍ରବ୍ୟ ବୋଲି ସନ୍ଦେହ କରାଯାଉଥିଲା । ଜବତ ସାମଗ୍ରୀର ଯାଞ୍ଚ ପାଇଁ ଆଜି ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ସହ ପାରାଦୀପରେ ପହଞ୍ଚିଥିଲେ । ସେମାନେ ସମସ୍ତ ପ୍ୟାକେଟ ଯାଞ୍ଚ କରିବା ପରେ ସେଥିରେ କୋକେନ ଥିବା ସ୍ପଷ୍ଟ କରିଛନ୍ତି । ଜାହାଜରୁ ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଥିବା ଜଣାଯାଇଛି । ତେବେ ଏହି ଘଟଣାରେ କାହାକୁ ଅଟକ ରଖାଯାଇ ନ ଥିବା ସୂଚନା ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+