Get Updates
Get notified of breaking news, exclusive insights, and must-see stories!

ଖୋଲିବ ISI ଲିଙ୍କ୍ ଗୁମର, ରିମାଣ୍ଡରେ ଗଲା ଆତଙ୍କୀ ବୁଖାରୀ

ଭୁବନେଶ୍ୱର: ଯାଜପୁରରୁ ଗିରଫ ହୋଇଥିବା ଆତଙ୍କୀ ସୟଦ୍ ଇସାନ୍ ବୁଖାରୀକୁ ରିମାଣ୍ଡରେ ନେଲା ଏସିଟିଏଫ୍ । 5 ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରାଯାଉଛି । ରିମାଣ୍ଡରେ ଆସିବା ପରେ ଆତଙ୍କୀ ଲିଙ୍କ ନେଇ ବୁଖାରୀକୁ ଜେରା କରାଯାଉଛି । ଏନଆଇଏ, କାଶ୍ମୀର ପୁଲିସ, ପଞ୍ଜାବ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି । ଏସଟିଏଫ୍ ସହ ମିଶି ଗୁଇନ୍ଦା ବିଭାଗ କରିବ ତଦନ୍ତ । ଏସଟିଏଫ୍ ଏସପି କେକେ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି ।

Sayed Ishaan Bukhari

ତିନୋଟି ଟିମ୍ ବୁଖାରୀକୁ ମାରାଥନ ଜେରା କରିବେ । କେମିତି ଓ କେବେଠୁ ଆତଙ୍କୀ ଲିଙ୍କରେ ଆସିଥିଲା ଏବଂ ଆଇଏସଆଇ ଏଜେଣ୍ଟଙ୍କ ସହ ସଂପର୍କ ଥିଲା କି ନାହିଁ ସେ ନେଇ ଛାନଭିନ୍ କରାଯିବ । ବୁଖାରୀକୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିଥିଲା । ହେଲେ 5 ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି । ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି ।

ପୂର୍ବରୁ ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି STF ଏସ୍.ପି କହିସାରିଛନ୍ତି । ଏଥିସହିତ ଆହୁରି ଆଶଙ୍କା କରାଯାଉଛି, ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇଛି ଦେଶର ସମ୍ବେଦନଶୀଳ ତଥ୍ୟ । ତା'ମଧ୍ୟରୁ କିଛି ଡିଲିଟ୍ ହୋଇଛି ଥିବା ବେଳେ ଆଉ କିଛି କ୍ରାଇମବ୍ରାଞ୍ଚ STF ହାତରେ ଲାଗିଛି । ତେଣୁ ସିଡିଆର୍ ଆନାଲିସିସ ଆଧାରରେ ସବୁ ତଥ୍ୟର ରହସ୍ୟ ଖୋଲିବା ପାଇଁ ଯାଜପୁର ରଗଡ଼ି ଜେଲରେ ଥିବା ବୁଖାରୀକୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିବ କ୍ରାଇମବ୍ରାଞ୍ଚ ।

ତେବେ ଦିନକୁ ଦିନ ବୁଖାରୀ ବିରୋଧରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଅନ୍ୟପଟେ ଯାଜପୁରର ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ବୁଖାରୀର ପତ୍ନୀକୁ ସ୍କୁଲରୁ କାଢିଦିଆଯାଇଥିବା ସୂଚନା ରହିଛି ।

ଏପରିକି ଉତ୍ତରପ୍ରଦେଶରେ ଥିବା ପତ୍ନୀ ସୋନିଆ ସିଂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲା ସୟଦ । ମାଇଣ୍ଡ ଓ୍ବାସ୍ ପାଇଁ ମୋଟିଭେସନ ୟୁଟ୍ୟୁବ ଲିଙ୍କ୍ ମଧ୍ୟ ପଠାଉଥିଲା । କଥା ନମାନିଲେ ମାନସିକ ଓ ଶାରୀରିକ ଅତ୍ୟାଚାର କରୁଥିଲା । ଏପରିକି ଅନ୍ୟ ଯୁବତୀଙ୍କ ସହ କରୁଥିବା ଚାର୍ଟ ମଧ୍ୟ STF ହାତରେ ଲାଗିଛି ।

ରିମାଣ୍ଡ ସମୟରେ ଠକେଇ ନେଇ ହେବ ଅଧିକ ଖୋଳତାଡ଼ । ପିଏମଓରେ ଚାକିରି କରିଥିବା ତଥା ନ୍ୟୁରୋଲୋଜିଷ୍ଟ ଭାବେ ପରିଚୟ ଦେଇ ଲୋକଙ୍କୁ ଭୁଆଁ ବୁଲାଉଥିଲା ବୁଖାରୀ । ବୁଖାରୀ ଠାରୁ ଅନେକ ଦସ୍ତାବିଜ୍ ଜବତ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+