ସୁଶାନ୍ତ ମହାନ୍ତି ନୂଆ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତ
ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରା

ଭୁବନେଶ୍ୱର: ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସୂଚନା କମିଶନରର ନୂଆ ସଦସ୍ୟ ଭାବେ ସୁଶାନ୍ତ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି ।
ରାଜ୍ୟ ସରକାର ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନିକଟରେ ରାଜ୍ୟର ଦୈନିକ ଖବରକାଗଜ 'ସମାଜ'ରୁ ସେ ଅବସର ଗ୍ରହଣ କରିଥିଲେ । ଅବସର ବେଳେ ସେ ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ । ଜଣେ କ୍ରୀଡା ସାମ୍ବାଦିକ ଭାବେ ତାଙ୍କର ବେଶ ଭଲ ସୁନାମ ରହିଛି ।
ସୁଶାନ୍ତ କୁମାର ମହାନ୍ତି ଦୀର୍ଘ 30 ବର୍ଷରୁ ଅଧିକ ସମୟ ଧରି ସାମ୍ବାଦିକତା ସହ ଜଡ଼ିତ ଅଛନ୍ତି । ସେ ଦୈନିକ ସମାଜର କ୍ରୀଡ଼ା ସାମ୍ବାଦିକ ଭାବେ କ୍ୟାରିଅର ଆରମ୍ଭ କରିବା ସହ ବିଭିନ୍ନ ପଦପଦୀରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ସମାଜର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଥିଲେ ।












Click it and Unblock the Notifications