Get Updates
Get notified of breaking news, exclusive insights, and must-see stories!

ସୂର୍ଯ୍ୟ ପାତ୍ର... ବିଜୁଙ୍କ ସମୟରୁ ନବୀନ ସରକାର... ଏମିତି ଥିଲା ରାଜନୈତିକ ଯାତ୍ରା

Suryana Narayan Patra Passes Away: ସେ ଥିଲେ ଜଣେ ଦକ୍ଷ ରାଜନେତା ତଥା ପ୍ରଶାସକ । ବିଜୁ ବାବୁଙ୍କ ସମୟରୁ ନବାନ ସରକାରର ସମସ୍ତ ପାଳିରେ ଥିଲା ତାଙ୍କର ସ୍ୱତନ୍ତ୍ର ସ୍ଥାନ । ନିଜର ସାଙ୍ଗଠନିକ ଦକ୍ଷତା ଓ ରୋକଠୋକ୍ କଥା ପାଇଁ ଥିଲା ବେଶ୍ ଜଣାଶୁଣା । କିନ୍ତୁ ସେ ଆଜି ଆଉ ଆମ ଗହଣରେ ନାହାଁନ୍ତି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ଓଡ଼ିଶା ରାଜନୀତିରୁ ଏକ ପୃଷ୍ଠା ହଜିଯାଇଛି । ସାରା ରାଜ୍ୟ ଜଣେ ଦକ୍ଷ ରାଜନୈତିକ ବ୍ୟକ୍ତିଙ୍କୁ ହରାଇ ଅପୂରଣୀୟ କ୍ଷତି ସହିଛି ।

surya patra

ସୂର୍ଯ୍ୟ ପାତ୍ର ଓଡ଼ିଶା ରାଜନୀତିରେ ଥିଲେ ଜଣେ ଟାଣୁଆ ନେତା । ସେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ରାଜନୀତିରେ ଅନେକ ସଫଳତା ପାଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଥିଲା ତାଙ୍କର ଦକ୍ଷ ସଙ୍ଗଠନ । ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିବା ସହ ବେଶ୍ ଖୁସ୍ ମିଜାଜର ନେତା ଥିଲେ ସୂର୍ଯ୍ୟ ପାତ୍ର । ଜନତା ଦଳରୁ ରାଜନୈତିକ କ୍ୟରିୟର ଆରମ୍ଭ କରିଥିବା ସୂର୍ଯ୍ୟ ବିଜେଡିର ନେତା ଭାବେ ଆଖି ବୁଜିଛନ୍ତି ।

ଛାତ୍ର ରାଜନୀତିରୁ କ୍ୟାରିୟର...

1948 ମସିହା ଡିସେମ୍ବର 24 ତାରିଖରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟପାତ୍ର ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । 1977 ରେ ରାଜନୀତିର ମୁଖ୍ୟଧାରାରେ ସାମିଲ ହୋଇଥିଲେ । ବ୍ରହ୍ମପୁର ମୁନିସିପାଲିଟିର କାଉନସିଲର ଭାବେ ରାଜନୀତିରେ ପ୍ରବେଶ କରିଥିଲେ ସୂର୍ଯ୍ୟ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଣନ୍ତି । ଜୀବନକାଳରେ ସେ ଥରେ ବାଚସ୍ପତି ଓ 7 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ବିଧାନସଭା ଯାତ୍ରା...

BSc ଓ LLB ପରେ ଓକିଲାତି, ପରେ ସାମାଜସେବା ଓ କ୍ରମେ ରାଜନୀତିରେ ଯୋଗ ଦେଇଥିଲେ । କାଉନସିଲରରୁ ବାଚସ୍ପତି ଯାଏଁ ଲମ୍ବିଥିଲା ରାଜନୈତିକ ଯାତ୍ରା । 1990 ରେ ପ୍ରଥମ ଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋହନାରୁ 4 ଥର ଓ ଦିଗପହଣ୍ଡିରୁ 3 ଥର ବିଧାୟକ ହୋଇଥିଲେ । 1990 ମସିହାରେ ସେ ନିର୍ବାଚନ ରାଜନୀତିକୁ ଆସି ତତ୍କାଳୀନ ଜନତା ଦଳ ଟିକଟରେ ମୋହନାରୁ ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ବିଧାୟକ ହେବା ସହ ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସ୍ୱଳ୍ପ କାଳ ଲାଗି ସ୍ଥାନ ପାଇଥିଲେ ।

ଏହାପରେ ସେ ଜନତା ଦଳ ଟିକଟରେ ପୁଣି ମୋହନାରୁ ଲଢ଼ି 1995 ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ 2019 ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜୁ ଜନତା ଦଳର ସଦସ୍ୟ ଭାବେ ବିଧାୟକ ରହିଆସିଥିଲେ । ମୋହନା ବିଧାୟକ ଭାବେ 1990 ରୁ 2009 ଯାଏଁ କ୍ରମାଗତ 4 ଥର ନିର୍ବାଚିତ ହୋଇଥିଲେ ସୂର୍ଯ୍ୟ ପାତ୍ର ।

ପ୍ରଥମ ଦୁଇ ଥର ଜନତା ଦଳରୁ ଏବଂ ତା ପରେ ବିଜେଡିରୁ ମୋହନା ଆସନରୁ ଲଢ଼ି ଜିତିଥିଲେ । 2009 ରୁ ସେ କ୍ରମାଗତ 3 ଥର ଦିଗପହଣ୍ଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ବେଳେ ସେ ଜିଲ୍ଲାରେ ବେଶ୍ ସକ୍ରିୟ ରହିଥିଲେ । ନବୀନଙ୍କୁ ଲୋକପ୍ରିୟ କରିବା ସହ ଜିଲ୍ଲାର ସଙ୍ଗଠନ ସମ୍ଭାଳିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାୟ ସବୁ ପାଳି‌ରେ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ସେ ବନ, ମତ୍ସ୍ୟ ଓ ପଶୁପାଳନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରିବେଶ, ଶକ୍ତି, ପର୍ଯ୍ୟଟନ, ସଂସ୍କୃତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଉପଭୋକ୍ତା କଲ୍ୟାଣ ବିଭାଗର ମନ୍ତ୍ରୀ ରହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ଷୋଡ଼ଶ ବିଧାନସଭାରେ ସେ 2019 ଜୁନ୍‌ 1 ରୁ 2022 ଜୁନ୍‌ 4 ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ । ଗଞ୍ଜାମ ରାଜନୀତିରେ ଥିଲେ ଜଣେ ଚର୍ଚ୍ଚିତ ଚେହେରା । ତୃଣମୂଳସ୍ତରରେ ସେ ଜଣେ ଭଲ ସଂଗଠକ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+