ସୁନ୍ଦରଗଡ଼ ଗସ୍ତରେ ଯାଇ ସ୍କୁଲ, କଲେଜ୍, ମିଶନ ଶକ୍ତି କାଫେ ବୁଲି ଦେଖିଲେ 5-ଟି ସଚିବ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5 ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ବିଭିନ୍ନ ବିକାଶ ତଥା କଲ୍ୟାଣମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଛନ୍ତି । ଏହି ସମୟରେ ଗୁରୁଣ୍ଡିଆ, ବଣେଇ, କୋଇଡ଼ା ଏବଂ ବିରମିତ୍ରପୁର ବ୍ଲକ ଯାଇଛନ୍ତି

ଭୁବନେଶ୍ୱର : ସୁନ୍ଦର ଗଡ଼ ଗସ୍ତରେ ଥିଲେ 5-ଟି ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5 ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ବିଭିନ୍ନ ବିକାଶ ତଥା କଲ୍ୟାଣମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଛନ୍ତି । ଏହି ସମୟରେ ଶ୍ରୀ ପାଣ୍ଡିଆନ୍ ଗୁରୁଣ୍ଡିଆ, ବଣେଇ, କୋଇଡ଼ା ଏବଂ ବିରମିତ୍ରପୁର ବ୍ଲକ୍ ପରିଦର୍ଶନ କରିଛନ୍ତି ।
ଶ୍ରୀ ପାଣ୍ଡିଆନ୍ ବ୍ଲକ୍ ବ୍ଲକ୍ ବୁଲି ସମସ୍ୟା ଶୁଣିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଗୁରୁଣ୍ଡିଆ ବ୍ଲକ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ୟା ବୁଝିବା ସହ ପିଲାମାନଙ୍କୁ ସମାଧାନ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ବଣେଇ ବ୍ଲକ ତୁମକେଲାରେ ବିଜୁ ସେତୁ ନିର୍ମାଣର ଅନୁଧ୍ୟାନ କରି ବାଣେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ହକି ତାଲିମ କେନ୍ଦ୍ର ପରିଦର୍ଶନ କରି ଖେଳାଳିଙ୍କ ସହ ଆଲୋଚନା କରିଥିଲେ 5-ଟି ସଚିବ । ପରେ ମିଶନ ଶକ୍ତି କାଫେ ଗସ୍ତ କରିଥିଲେ । କାଫେରେ ମାଆଙ୍କ ହାତରନ୍ଧା ଖାଇ ସେମାନଙ୍କୁ ପ୍ରଶଂସା କରିଥିଲେ । ଖାଦ୍ୟର ଉଚିତ ଦାମ ଦେବା ସହିତ ମହିଳାଙ୍କ ସହ ଫଟୋ ଉଠାଇ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଯାଇ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଥିଲେ ଶ୍ରୀ ପାଣ୍ଡିଆନ୍ ।
ପରେ ବଇଦପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସ୍ମାର୍ଟ କ୍ଲାସ ରୁମରେ ପିଲାମାନଙ୍କ ସହ କଥା ହୋଇଥିଲେ । କୋଇଡ଼ା ବ୍ଲକର ଗୋପବନ୍ଧୁ ହାଇସ୍କୁଲ, ଡିଗ୍ରୀ କଲେଜ ଓ ଆଇଟିଆଇରେ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ବିରମିତ୍ରପୁର ଯାଇ ନୂଆ ବସଷ୍ଟାଣ୍ଡ, ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ । ଚମ୍ପୁ ତଲାବର ସୌନ୍ଦର୍ଯ୍ୟକରଣର ଅନୁଧ୍ୟାନ କରି SHG ଦ୍ବାରା ପରିଚାଳିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ପାଣ୍ଡିଆନ । ପରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ । ଶେଷରେ ରାଉରକେଲା ମହାନଗର ନିଗମରେ ପହଞ୍ଚି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଓ ସଂଗଠନ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନର ପ୍ରତିଶ୍ରୁତି ଦେଇଥିଲେ ଫାଇଭ ଟି ସଚିବ ।
5T ସଚିବଙ୍କ ଗସ୍ତ ସମୟରେ କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର ଭିନେଲ କୃଷ୍ଣ, ସୁନ୍ଦରଗଡ ଜିଲ୍ଲା କଲେକ୍ଟର ଡ ପରାଗ ହର୍ଷଦ ଗାଭାଲି ଏବଂ ଅନ୍ୟାନ୍ୟ ଜିଲ୍ଲା ତଥା ବ୍ଲକ ସ୍ତରର ଅଧିକାରୀମାନେ ଉପସ୍ଥିତ ଥିଲେ ।












Click it and Unblock the Notifications