Get Updates
Get notified of breaking news, exclusive insights, and must-see stories!

ବାହୁଡ଼ା ଯାତ୍ରା : ବାରିପଦାରେ ନିଆରା ପରମ୍ପରା, ଆଡ଼ପ ମଣ୍ଡପରେ ସୁନାବେଶ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ବାରିପଦା : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଜ୍ୟ ତଥା ଦେଶ । ପୁରୀ ସମେତ ରାଜ୍ୟ ତଥା ଦେଶର ପ୍ରାୟ ଜଗନ୍ନାଥ ମନ୍ଦିରରେ ଆଜି ବାହୁଡା ଯାତ୍ରା ହେଉଛି । କାଲି ସମ୍ପନ୍ନ ହେବ ସୁନାବେଶ ।

Baripada-Sunabesha

କିନ୍ତୁ ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ପାଳନ ହୋଇଛି ନିଆରା ପରମ୍ପରା । ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସୁନାବେଶ । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ ଉପରେ ଏକାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେଉଥିବା ବେଳେ ବାରିପଦାରେ କିନ୍ତୁ ପରମ୍ପରା ସମ୍ପୁର୍ଣ୍ଣ ନିଆରା । ଆଡ଼ପ ମଣ୍ଡପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର ।

ପରମ୍ପରା ଅନୁଯାୟୀ, ମାଉସୀମା ମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ରାଜତନ୍ତ୍ର ଅମଳରୁ ଆରମ୍ଭ ହୋଇଥିବା ଶ୍ରୀଜୀଉମାନଙ୍କ ସୁନାବେଶ ଏଠି ମାଉସୀମା ମନ୍ଦିରରେ ଅନୁଷ୍ଠିତ ହୋଇଥାଏ ।

ପୁରାଣବର୍ଣ୍ଣିତ କଥା ଅନୁଯାୟୀ, ତତ୍କାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଶ୍ରୀଜୀଉମାନଙ୍କୁ ମାଉସୀମା ମନ୍ଦିରରେ ସୁନାବେଶରେ ଦେଖିବାକୁ ଚାହିଁଥିଲେ । ଆଉ ସେହି ଦିନଠାରୁ ଶ୍ରୀଜୀଉମାନେ ମାଉସୀମା ମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ ପାଇଁ ଆଜି ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+