କାଲିଠୁ ଖରାଛୁଟି, ହିଟୱେଭ୍ କୁ ନଜରରେ ରଖି ନିଷ୍ପତ୍ତି ନେଲେ ସରକାର
ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ଖରାଛୁଟି । ରାଜ୍ୟର ସମସ୍ତ ସ୍କୁଲ୍ ଛୁଟି ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର । ତାପାମାତ୍ରା ବଢ଼ୁଥିବାରୁ ସମସ୍ତ ସ୍କୁଲକୁ 2 ଦିନ ପାଇଁ ଛୁଟି ଘୋଷଣା କରିଥିଲେ ସରକାର । ଆସନ୍ତା କାଲି ସ୍କୁଲ ଖୋଲିଥାନ୍ତା ।

ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା 40 ଡିଗ୍ରୀକୁ ପାର୍ କରିଛି । ତେଣୁ ପୂର୍ବରୁ ସାଧାରଣତଃ ମେ' ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି ।












Click it and Unblock the Notifications