Get Updates
Get notified of breaking news, exclusive insights, and must-see stories!

ଜନ୍ମ ଦିନ ପାଳନ ବେଳେ ସେପ୍ଟିପିନ୍ ଗିଳି ଦେଲା 12 ମାସର ଶିଶୁ

ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲବେସ୍ ଏବଂ ଇଏନଟି ମୁଖ୍ୟ ଡ଼ ରାଧାମାଧବ ସାହୁ ତୁରନ୍ତି ସେପ୍ଟିପିନ୍ କାଢିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ | କୌଣସି ଦାଗ ସୃଷ୍ଟି ନକରି ମିନିମାଲ୍ ଇନଭୋସିଭ୍ ସର୍ଜରୀ ସାହାଯ୍ୟରେ ସେଫ୍ଟିପିନଟିକୁ ବାହାର କରାଯାଇଛି |

ଭୁବନେଶ୍ୱର : 12 ମାସର ଶିଶୁର ପାଳନ ହୋଇଥାନ୍ତା ପ୍ରଥମ ଜନ୍ମ ଦିନ | ଖୁସିରେ ସମସ୍ତ ପରିବାର ଲୋକ ଜନ୍ମଦିନ ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ 12 ମାସର ଶିଶୁଟି ଗିଳିଦେଇଥିଲା ଏକ ସେପ୍ଟିପିନ୍ |

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ | ଏକ ବର୍ଷର ଶିଶୁ ଆୟାଂଶ ରାଉତ୍ ସେପ୍ଟିପିନ୍ ଗିଳି ଦେବା ନେଇ ଅଭିଭାବକ ଅବଗତ ନଥାଇ ତାକୁ ଖାଦ୍ୟ ଖୁଆଇଦେଇଥିଲେ | କିଛି ସମୟପରେ ଶୁଶୁଟି କାନ୍ଦିବା ସହ ଜୋରରେ କାଶିବାରୁ ତାକୁ ଅଭିଭାବକ ତୁରନ୍ତ ନେଇଯାଇଥିଲେ ଡାକ୍ତରଖାନା | ଏକ୍ସରେ ରିପୋର୍ଟରୁ ଜଣାପଡ଼ିଲା ଖାଦ୍ୟନଳୀରେ ଅଟକିରହିଛି ଏକ ଖୋଲା ସେପ୍ଟିପିନ୍ | ଏହାପରେ ଶିଶୁଟିକୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା |

SUM-Hospital

ଏହାପରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲବେସ୍ ଏବଂ ଇଏନଟି ମୁଖ୍ୟ ଡ଼ ରାଧାମାଧବ ସାହୁ ତୁରନ୍ତି ସେପ୍ଟିପିନ୍ କାଢିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ | କୌଣସି ଦାଗ ସୃଷ୍ଟି ନକରି ମିନିମାଲ୍ ଇନଭୋସିଭ୍ ସର୍ଜରୀ ସାହାଯ୍ୟରେ ସେଫ୍ଟିପିନଟିକୁ ବାହାର କରାଯାଇଛି | ଦୁଇଦିନ ଅବସରଭେସନରେ ରଖିବା ପରେ ଶିଶୁକୁ ଡାକ୍ତରଖାନାରୁ ଡିସଚାର୍ଜ କରଯାଇଛି |

ଶୁଶୁ ଦେହରେ ସେପ୍ଟିପିନର ମୁନିଆ ଭାଗଟି ହାଇପୋଫାରିନ୍ସକୁ ଫୁଟାଇ କମନ୍ କ୍ୟାରୋଟିଡକୁ ସ୍ପର୍ଶ କରୁଥିଲା | ସର୍ଜରୀ ପ୍ରକ୍ରିୟାରେ ସାମାନ୍ୟ ତ୍ରୁଟି ହୋଇଥିଲେ ଅତ୍ୟଧିକ ରକ୍ତସ୍ରାବ ହେବାର ଆଶଙ୍କା ରହିଥିଲା | ସେପ୍ଟିପିନଟି ଖାଦ୍ୟନଳୀ ଦେଇ ପାକସ୍ଥଳୀକୁ ଚାଲିଯାଇଥିଲେ ସର୍ଜରା କରି ବାହାର କରିବା ଏକ ବଡ଼ ଚ୍ୟାଲଞ୍ଜ ହୋଇପଡ଼ିଥାନ୍ତା ଏବଂ ଏହା ଶିଶୁମାନଙ୍କ କ୍ଷେତ୍ରରେ ବେଶ୍ ବିପଦଜନକ ବୋଲି ଡ଼ ସାହୁ କହିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+