ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ
ଶପଥ ନେଲେ ଭୁବନେଶ୍ୱରର ନବବ ନିର୍ବାଚିତ ମେୟର ସୁଲୋଚନା ଦାସ । ବିଏମସି କନଫରେନ୍ସ ହଲରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶର ସଂଗ୍ରାମଜିତ୍ ନାୟକ ।
ଭୁବନେଶ୍ୱର : ଶପଥ ନେଲେ ଭୁବନେଶ୍ୱରର ନବବ ନିର୍ବାଚିତ ମେୟର ସୁଲୋଚନା ଦାସ । ବିଏମସି କନଫରେନ୍ସ ହଲରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶର ସଂଗ୍ରାମଜିତ୍ ନାୟକ । ଏହା ବ୍ୟତୀତ ନିର୍ବାଚିତ ସମସ୍ତ 67 କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ଆଜି ରାଜଧାନୀର ପ୍ରଥମ ମହିଳା ମେୟର୍ ଭାବେ ସୁଲୋଚନା ଦାସଙ୍କ ସହ ସମସ୍ତ କର୍ପୋରେଟର ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିବେ ।

ଏହାପରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ 11ଟାରୁ 12 ଟା ସୁଦ୍ଧା ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ଗୋଟାଏ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ 1.30 ରୁ 3.30 ମଧ୍ୟରେ ନିର୍ବାଚନ ଶେଷ ହେବ ।
ଭୁବନେଶ୍ୱରରେ ମୋଟ 67 କର୍ପୋରେଟର ଆସନରୁ ବିଜେଡି ଖାତାକୁ ଆସିଥିଲା 48 ଆସନ । ବିଜେପିକୁ 10 ଆସନ ମିଳିଥିବାବେଳେ ସ୍ୱାଧୀନଙ୍କୁ ମିଳିଥିଲା 9ଟି ଆସନ । ତେବେ ସ୍ୱାଧୀନ କର୍ପୋରେଟରଙ୍କ ଭିତରୁ ଏକାଧୀକ ସ୍ୱାଧୀନ ବିଜୟୀ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି 48 ଆସନ ଅକ୍ତିଆର କରିଥିବାରୁ ଡେପୁଟି ମେୟର ବିଜେଡିରୁ ହେବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଚଳିତ କର୍ପୋରେସନ୍ରେ 67 କର୍ପୋରେଟର୍ଙ୍କ ମଧ୍ୟରୁ 51 ଜଣ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 33 ଜଣ ମହିଳା ଅଛନ୍ତି, ଯେଉଁମାନେ ପ୍ରଥମଥର ପାଇଁ କର୍ପୋରେସନରେ ସାମିଲ ହୋଇଛନ୍ତି ।












Click it and Unblock the Notifications