ରାଜ୍ୟର ଉଦବେଗଜନକ ରହିଛି ଆତ୍ମହତ୍ୟା ହାର, ପ୍ରତିଦିନ ପ୍ରାଣ ହରାଉଛନ୍ତି 15 ଜଣ
ଭୁବନେଶ୍ୱର: ବର୍ତ୍ତମାନ ସରା ବିଶ୍ୟରେ ଆତ୍ମହତ୍ୟା ସଂଖ୍ୟା ବଢିବାରେ ଲାଗିଛି । ଏ ଦିଗରେ ସଚେତନ ସୃଷ୍ଟି କରିବାକୁ ଆଜି ପାଳନ ହେଉଛି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ । କିନ୍ତୁ ଆମ ଦେଶ ଓ ରାଜ୍ୟର ଆତ୍ମହତ୍ୟା ହାର ଉଦବେଗଜନକ ରହିଛି । ସାରା ଦେଶରେ ଆତ୍ମହତ୍ୟା ହାର 12 ପ୍ରତିଶତ ରହିଛି । ଜାତୀୟ ହାରକୁ ଟପିଛି ଓଡିଶାର ଆତ୍ମହତ୍ୟା ହାର । ଓଡିଶାରେ ଆତ୍ମହତ୍ୟା ହାର ରହିଛି 12.3 ପ୍ରତିଶତ ।

ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତି 40 ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି 3 ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।
NCRBର ସର୍ବଶେଷ ତଥ୍ୟ ଅନୁସାରେ 2021 ରେ ଭାରତରେ 1 ଲକ୍ଷ 64 ହଜାର ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି । ତା'ମଧ୍ୟରେ ଜାତୀୟ ହାର ଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ ରହୁଛି । ଓଡ଼ିଶାରେ 5 ହଜାର 651 ଜଣ ଲୋକ ଆତ୍ମହତ୍ୟା କରିପ୍ରାଣ ହରାଇଛନ୍ତି । ଏଥିରେ ରହିଛନ୍ତି 4 ହଜାର 412 ପୁରୁଷ ଓ 1239 ମହିଳା । ଅର୍ଥାତ ରାଜ୍ୟରେ ପ୍ରତିଦିନ ହାରାହାରି 15 ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି
ସାରା ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ 3.4 % ଲୋକ ହେଉଛନ୍ତି ଓଡ଼ିଶାର । ପୂର୍ବ ବର୍ଷ ତୁଳନାରେ 2021 ରେ ଓଡ଼ିଶାରେ ଆତ୍ମହତ୍ୟା ସଂଖ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି । ପାରିବାରିକ କଳହ ଯୋଗୁଁ ଓଡ଼ିଶାରେ ସର୍ବାଧିକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ପାରିବାରିକ କଳହ ଯୋଗୁଁ ରାଜ୍ୟରେ 71% ଲୋକ ଆତ୍ମହତ୍ୟା କରୁଛନ୍ତି ।
ଅପରପକ୍ଷରେ ଚଳିତ ବର୍ଷ ଆତ୍ମହତ୍ୟା ନିବାରଣ ଦିବସର ରହିଛି କ୍ରିଏଟିଂ ହୋପ୍, ଥ୍ରୋ ଆକ୍ସନ' ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications