Get Updates
Get notified of breaking news, exclusive insights, and must-see stories!

ପଶ୍ଚିମ ଦ୍ୱାର ନ ଖୋଲିଲେ ଧାରଣାରେ ବସିବେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଗତ କିଛି ଦିନ ଧରି ପୁରୀ ଶ୍ରୀମନ୍ଦିରର 4 ଦ୍ୱାରା ଖୋଲିବା ନେଇ ଦାବି ହୋଇଆସୁଛି । ଏହାକୁ ନେଇ ଦାବି ଦୋହରାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Sudarsan Pattnaik

ଟ୍ୱିଟ୍ କରି ସ୍ଥାନୀୟ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଦ୍ୱାର ଖୋଲିବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି । ପରେ କମିଟିର ନିଷ୍ପତ୍ତି ପରେ ଅନ୍ୟ ଦ୍ୱାର ଖୋଲାଯାଉ ବୋଲି ଦାବି କରିଛନ୍ତି । ଯଦି ତୁରନ୍ତ ଗୋଟିଏ ଦ୍ୱାର ଖୋଲା ନଯାଏ ତେବେ ଆସନ୍ତାକାଲି ପଶ୍ଚିମଦ୍ୱାର ଆଗରେ ଧାରଣାରେ ବସିବେ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି । କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜଙ୍କୁ ଚିଠି ଲେଖିଥିଲେ ସୁଦର୍ଶନ ।

ଏହା ବ୍ୟତୀତୀ ଭକ୍ତମାନଙ୍କ ପାଇଁ ସବୁ ଦ୍ୱାର ଶ୍ରୀଘ୍ର ଖୋଲିବାକୁ ମଧ୍ୟ ନିବେଦନ କରିଥିଲେ ସୁଦର୍ଶନ । ସ୍ଥାନୀୟ ଲୋକଙ୍କକ ପାଇଁ ଅତି କମ୍‌ରେ ଗୋଟିଏ ଦ୍ୱାର ଖୋଳିବା ଦରକାର ବୋଲି ଚିଠିରେ ଉଲ୍ଲେଖ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+