ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଛାତ୍ର ମୃତ୍ୟୁ, ବାଥରୁମରୁ ମିଳିଲା ଝୁଲନ୍ତା ମୃତଦେହ
ବଲାଙ୍ଗୀର: ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ଏହା ପୂର୍ବରୁ ସ୍କୁଲ ହଷ୍ଟେଲ ପାଇଖାନାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ହେଲେ ସଦର ଥାନା ଅନ୍ତର୍ଗତ ତଲିଉଡାର ଗାଁର ବିନାୟକ ପ୍ରଧାନ । ସେ ବଲାଙ୍ଗୀର କାମାକ୍ଷାନଗର ବିଶ୍ୱାତ୍ମା ବିଦ୍ୟା ମନ୍ଦିର ସ୍କୁଲର ଦଶମ ଶ୍ରେଣୀର ଛାତ୍ର । ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ ।

ପରୀକ୍ଷା ଥିବାରୁ ରବିବାର ଦିନ ବାପା ରାତ୍ର ପ୍ରଧାନ ତାଙ୍କୁ ଦେଖିବାକୁ ଆସିଥିଲେ । ସେ କୌଣସି ଚାପରେ ନଥିଲେ । ପରୀକ୍ଷାରେ 95 ପ୍ରତିଶତ ମାର୍କ ଆସିବ ବୋଲି କହିଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କରିବ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିନାୟକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ହଷ୍ଟେଲ ବାଥରୁମରେ ବିନାୟକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଗାମୁଛାରେ ବେକରେ ଫାଶ ଲଗାଇ ବିନାୟକ ଆତ୍ମହତ୍ୟା କରିଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଟାଉନ ଥାନା ପୋଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଅନୁସାରେ, ସକାଳେ ପରୀକ୍ଷା ଥିବାରୁ ପିଲାମାନେ ଭୋରରୁ ହଷ୍ଟେଲ ପଛପଟେ ଥିବା ବାଥ୍ରୁମ୍କୁ ଯାଇଥିଲେ । ମାତ୍ର ସେଠାରେ ସେମାନେ ବିନାୟକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ସେମାନେ ତୁରନ୍ତ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେବା ସହ ବିନାୟକଙ୍କୁ ତଳକୁ ଆଣିଥିଲେ ।
ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିନାୟକଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ ସେମାନେ ପୁଅର ଆତ୍ମହତ୍ୟା ଖବରକୁ ସହଜେ ବିଶ୍ୱାସ କରି ପାରୁନାହାନ୍ତି । ପୁଅକୁ କେହି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି ।
ଏନେଇ ବଲାଙ୍ଗିର ବିଶ୍ୱତ୍ମା ବିଦ୍ୟାମନ୍ଦିର ହଷ୍ଟେଲ ଅଧିକ୍ଷକ ସମ୍ବିତ କୁମାର କହିଛନ୍ତି, ଲିପୁନ ପ୍ରଧାନ ସ୍କୁଲର ଜଣେ ଭଲ ଛାତ୍ର ଥିଲେ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ସେ ପଢ଼ାପଢ଼ି କରିଥିଲେ । ମାତ୍ର ଭୋର ପ୍ରାୟ 5 ଟା ବେଳେ ପିଲାଟି ଝୁଲି ପଡ଼ିଥିବା ଖବର ପାଇଲୁ । ସେତେବେଳକୁ ତା' ସାଙ୍ଗମାନେ ତାକୁ ତଳକୁ ନେଇ ଆସିଥିଲେ । ତୁରନ୍ତ ତାକୁ ମେଡିକାଲ ନେଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପିଲାଟି କାହିଁକି ଏପରି ପଦକ୍ଷେପ ନେଲା, ତାହା ଆମେ ଜାଣି ପାରୁନୁ । ପୁଲିସ୍ ତଦନ୍ତରୁ ଘଟଣା ସମ୍ପର୍କରେ ଜଣାପଡ଼ିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications