Get Updates
Get notified of breaking news, exclusive insights, and must-see stories!

ବିଦ୍ୟୁତ ଯୋଗାଣ ସମ୍ପର୍କିତ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

electricity

ଭୁବନେଶ୍ୱର : ଗ୍ରୀଷ୍ମ ଋତୁରେ ଅଘୋଷିତ ବିଦ୍ୟୁତ୍ କାଟ୍ ପାଇଁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଚିରେ ରଖି ଲୋ ଭୋଲଟେଜ୍ ସମସ୍ୟାର ସମାଧାନ ଏବଂ ଗ୍ରାମୀଣ ବିଦ୍ୟୁତ୍ କରଣ ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ । ଏହି ସମୟରେ ଶ୍ରୀ ସିଂହ ବିଦ୍ୟୁତ୍ କାଟ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ଥାନରେ ବିଦ୍ୟୁତ୍‌ କାଟ ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ । ଏ ସଂପର୍କରେ ପୂର୍ବରୁ ଶକ୍ତି ମନ୍ତ୍ରୀ ସୂଚନା ଦେଇସାରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ୍‌ କାଟ ନ କରିବା ନିର୍ଦ୍ଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଦ୍ୟୁତ୍‌ ବିତରଣ କମ୍ପାନୀମାନଙ୍କୁ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ କଡ଼ା ତାଗିଦ କରିଛନ୍ତି । ଗ୍ରୀଷ୍ଣ ଦିନରେ ବିଦ୍ୟୁତ୍‌ ଶକ୍ତି ବ୍ୟବହାର ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ରାଜ୍ୟର କେତେକ ସ୍ଥାନରେ ଦେଖାଦେଉଥିବା ଲୋ ଭୋଲଟେଜ୍‌ ସମସ୍ୟା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହାର ସମାଧାନ ସହ ଗ୍ରାମୀଣ ବିଦ୍ୟୁତିକରଣ ସଂପର୍କରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶକ୍ତି ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସମୀକ୍ଷା କରିଛନ୍ତି ।

ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଓପିଟିସିଏଲ୍‌ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଟିପିସିଓଡିଏଲ୍‌, ଟିପିଡବ୍ଲୁଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ, ଓପିଟିସିଏଲର ନିର୍ଦ୍ଦେଶକ( ଅପରେସନ୍ସ), ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଆଦି ବିଭିନ୍ନ ବିଦ୍ୟୁତ ଯୋଗାଣ ଓ ପରିବହନକାରୀ ସଂସ୍ଥାମାନଙ୍କ ସହିତ ସ୍ଥିତି ସମୀକ୍ଷା କରିଥିଲେ । ବିଦ୍ୟୁତ୍‌ ଯୋଗାଣ ସମସ୍ୟା ସଂପର୍କିତ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଖବର ଜାଣିବା କ୍ଷଣି ତୁରନ୍ତ ସେ ସଂପର୍କରେ ଦୃଷ୍ଟି ଦେଇ ସମାଧାନ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ । ତେବେ ଭୁବନେଶ୍ୱରର ବଡଗଡ ଓ ନୟାପଲ୍ଲୀ ଅଞ୍ଚଳରେ ଟ୍ରାନ୍ସଫରମର ସମସ୍ୟା ଯୋଗୁଁ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ସମସ୍ୟାକୁ ଶୀଘ୍ର ଦୂର କରିବା ପାଇଁ ସମ୍ପୃକ୍ତ ସଂସ୍ଥାକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଖରାଦିନେ ସମୟ ସମୟରେ ଓଭର ଲୋଡିଂ ଯୋଗୁଁ ହେଉଥିବା ବୈଷୟିକ ତ୍ରୁଟିକୁ ସୁଧାରି ସଂପୃକ୍ତ ଅଂଚଳକୁ ଶୀଘ୍ର ବିଦ୍ୟୁତ୍‌ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସ୍ଥାନରେ ବିଦ୍ୟୁତ୍‌ କାଟ ବା ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ସମସ୍ୟା ଉପୁଜିଲେ ସେ ସମ୍ପର୍କରେ ନିୟମିତ ସୂଚନା ଦେବାକୁ ପ୍ରମୁଖ ଶାସନ ସଚିବ ସଂପୃକ୍ତ ସଂସ୍ଥାର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ ସରବରାହ ଜନିତ ସ୍ଥାନୀୟ ସମସ୍ୟାକୁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣି ସେ ତାହାର ସମାଧାନ କରିବେ । ଅନ୍ୟ ପକ୍ଷରେ ବିଦ୍ୟୁତ୍‌ ସରବରାହ ବା ବିଦ୍ୟୁତ୍‌ କାଟ ସଂପର୍କରେ ସାମାଜିକ ଗଣମାଧ୍ୟମରେ ନଜରକୁ ଆସୁଥିବା ଖବର ବା ଅଭିଯୋଗକୁ ଧ୍ୟାନ ଦେଇ ତାହାର ସମାଧାନକୁ ଗୁରୁତ୍ୱ ଦେବାକୁ ଶ୍ରୀ ସିଂ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ଅପରପକ୍ଷେ ବୈଠକରେ ଶ୍ରୀ ସିଂ ଭଟଲି, ଲଖନପୁର,ଦଶପଲ୍ଲା, ଆର.ଉଦୟଗିରି , ବୋରିଗୁମ୍ମା ଓ ଧାମରାରେ ସ୍ଥାପନ ହେବାକୁ ଥିବା ଗ୍ରୀଡ୍‌ ସବ୍‌ ଷ୍ଟେସନର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଆଠମଲ୍ଲିକ ଅନ୍ତର୍ଗତ କିଆକଟା ଓ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗାରେ ଗ୍ରୀଡ୍‌ ସବ୍‌ ଷ୍ଟେସନ ସ୍ଥାପନ ସହିତ ସମ୍ପୃକ୍ତ ବିଦ୍ୟୁତ ପରିବହନ ଲାଇନ୍‌ ଏବଂ ବୌଦ୍ଧ-ଫୁଲବାଣୀ ୧୩୨ କେ.ଭି. ସିଧା ସଳଖ ବିଦ୍ୟୁତ୍‌ ଲାଇନ୍‌ ସଂଯୋଗୀକରଣ ସଂପର୍କରେ ବୁଝିଥିଲେ ।ବାଲିଗୁଡା -କେସିଙ୍ଗା ଲାଇନ୍‌କୁ ବିଦ୍ୟୁତ୍‌ ସରବରାହ ପାଇଁ ବାଲିଗୁଡା ସବ ଷ୍ଟେସନ ଏବଂ ୨୨୦ କେଭି କିଆକଟା-କଟାପାଲି ସିଧାସଳଖ ଲାଇନ୍‌ ସଂଯୋଗୀକରଣର ସ୍ଥିତି ସମ୍ପର୍କରେ ମଧ୍ୟ ସମୀକ୍ଷା ହୋଇଥିଲା । ବିଦ୍ୟୁତ୍‌ ତାର ସଂଯୋଗୀକରଣ କ୍ଷେତ୍ରରେ କେତେକ ସ୍ଥାନରେ ପରିବେଶ ମଂଜୁରୀ ସଂକ୍ରାନ୍ତୀୟ ଅସୁବିଧା ଯୋଗୁଁ କାର୍ଯ୍ୟ ବିଳମ୍ୱିତ ହୋଇଥିବାରୁ ସଂପୃକ୍ତ ବନଖଣ୍ଡ ଅଧିକାରୀ ଏବଂ ପ୍ରମୁଖ ବନ ସଂରକ୍ଷକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରାଯିବାକୁ ପଦକ୍ଷେପ ସଂକ୍ରାନ୍ତରେ ଶ୍ରୀ ସିଂହ ଗୁରୁତ୍ୱ ଦେଇଥିଲେ ।

ଏଥି ସହିତ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଗ୍ରାମୀଣ ବିଦ୍ୟୁତ୍‌ କରଣ ସ୍ଥିତି ଅନୁଧ୍ୟାନ କରିବା ସହ ଅନ୍ୟ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପକୁ ଶୀଘ୍ର ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟୁତ ଶକ୍ତି ଯୋଗାଣ ନଥିବାରୁ ବନ୍ଦ ଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ୍‌ ସଂଯୋଗ କରାଯାଇ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+