Get Updates
Get notified of breaking news, exclusive insights, and must-see stories!

ହିଂସାରେ ସମ୍ପୃକ୍ତ ବ୍ୟକ୍ତି କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ- ସୁନୀଲ ବଂଶଲ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକୁ ନିୟନ୍ତ୍ରଣ କରିବା ସହ ଜିଲ୍ଲାରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହି ସମୟେ ପୋଲିସ୍ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ସମ୍ବଲପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ସ୍ଥାନୀୟ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ବୈଠକ ପରେ ଶ୍ରୀ ବଂଶଲ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଛନ୍ତି ।

violence

ପୋଲିସ୍ ମହାନିର୍ଦ୍ଦେଶକ କହିଛନ୍ତି, ଏହି ହିଂସାରେ ସଂପୃକ୍ତ ବ୍ୟକ୍ତି କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ । ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କର୍ଫ୍ୟୁ ଜାରି ରହିଛି । ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି । ଘଟଣାର ତଦନ୍ତ ଚାଲିଛି । ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମ୍ବଲପୁରବାସୀ ଭୟଭୀତ ହୁଅନ୍ତୁ ନାହିଁ । ଦିନେ ଦୁଇଦିନ ଭିତରେ ପରିସ୍ଥିତି ସ୍ୱାଭାବିକ ହେବ ।

ହିଂସା ପରେ ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା (ସୋନପୁର, ବରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ ସୀମାକୁ ଲାଗି ଥିବା ଅଞ୍ଚଳ)କୁ ସିଲ୍ କରାଯାଇଛି । ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଅପରପକ୍ଷରେ ସ୍ଥିତିକୁ ଦେଖି ଅଧିକ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି । କର୍ଫ୍ୟୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ଜିଲ୍ଲାରେ ଗୁରୁବାର ଠାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତକାଲି ହିଂସା ପରେଏହି କଟକଣାକୁ ଆଉ ଦୁଇ ଦିନ ପାଇଁ ବଢାଇ ଦେଇଛି ପ୍ରଶାସନ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସାରା ରାଜ୍ୟରେ କର୍ଫ୍ୟୁ ଲଗାଯାଇଛି । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ସକାଳ 8 ଟାରୁ 10 ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ 3.3. ରୁ 5.30 ଯାଏଁ ଜରୁରୀ କାମରେ ବାହାରକୁ ବାହାରିପାରିବେ ଲୋକେ । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ। ଏପରି କି ବସ ଚଳାଚଳ ବନ୍ଦ ରହିବ । ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟସମୟରେ ସହର ଭିତର ଦେଇଯାଇପାରିବେ ନାହିଁ । ସେପଟେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ 24 ଘଣ୍ଟିଆ ହେଲପଲାଇନ ନମ୍ବର 7655800760 ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+