ଗାଡ଼ି ରେ ଲାଗିଛି କି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ? ମାଡ଼ି ବସିବ ପୋଲିସ୍
ଭୁବନେଶ୍ୱର: ଆପଣଙ୍କ ଗାଡ଼ି ରେ ଲାଗିଛି କି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ? ଢୋ ଢୋ କରି ବୁଲେଟ ରୁ ଫାୟାରିଂ କରୁଛନ୍ତି କି ? ତେବେ ସାବଧାନ । ରାସ୍ତା ଉପରେ ମାଡ଼ି ବସିବ ପୋଲିସ୍ । ତା ପରେ ସିଧା କୋର୍ଟରେ ହେବ ଦେଖା ।

ଆଜ୍ଞା ହଁ ! ମୋଟର ସାଇକେଲରେ ଯଦି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲାଗିଛି ତେବେ ପୋଲିସ୍ ଗାଡ଼ି ଜବତ କରିନେବ । ଏ ନେଇ ଜୋରଦାର ହୋଇଛି ଚେକିଂ । କୋର୍ଟକୁ ଯାଇ ଜରିମାନା ତ ଗଣିବେ ତା ସହ ଆପଣଙ୍କ ବୁଲେଟରୁ ସାଇଲେନ୍ସର ମଧ୍ୟ କାଢ଼ି ନେବେ । ଟ୍ରାଫିକ ପୋଲିସ ଆଗରେ ନିଜ ଗାଡିରେ ନୂଆ ଓ ଠିକ ମାନ ଥିବା ସାଇଲେଇନ୍ସର ଲଗାଇବା ପରେ କୋର୍ଟ ପିଆର ବଣ୍ଡରେ ଗାଡିକୁ ଛାଡିବ ।
ଟ୍ରାଫିକ ଏସିପି ଭାବେ ଜୟନ୍ତ ଦୋରା କାର୍ଯ୍ୟରେ ଯୋଗଦେବା ପରେ ଟ୍ରାଫିକ ନିୟମ ଖିଲାପିଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରିବା ସହ 60 ରୁ ଉର୍ଦ୍ଧ୍ୱ ବାଇକ ଜବତ କରିଛନ୍ତି ।
ଆଗକୁ ପାର୍ବଣ ଋତିୁ । ରାଜଧାନୀର 13 ଟି ସ୍ଥାନରେ ଅତ୍ୟାଧୁନିକ ଏଏନପିଆର ବା ଟିଭିଡିଏସ୍ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ସ୍ପିଡ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ୍ ଉପରେ କଡ଼ା ନଜର ରଖିଛି ଟ୍ରାଫିକ କଣ୍ଟ୍ରୋଲ ରୁମ । ବାଇକ ମଡିଫାଏ କରୁଥିବା ସ୍ପେୟାର ପାର୍ଟସ ଦୋକାନରେ ଖୁବଶୀଘ୍ର ଚଢ଼ାଉ ହେବ । ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସଡକ ଦୁର୍ଘଟଣା ଉପରେ ରୋକ ଲଗାଇବା ପାଇଁ ଆଗାମୀ ଦିନରେ ନିୟମ ମୁତାବକ ଫରେନ ବାଇକ ଗୁଡିକୁ ସ୍କାନରକୁ ନିଆଯିବ ବୋଲି କହିଛନ୍ତି ଏସିପି ।












Click it and Unblock the Notifications