ସ୍କୁଲରେ ପିଲା ଶୁଣିବେ ଗପ, ଗାଇଡଲାଇନ୍ ଜାରି କଲା ଓସେପା
ଭୁବନେଶ୍ୱର: ସ୍କୁଲରେ କୁନି କୁନି ପିଲା ଶୁଣିବେ ଗପ । ପିଲାମାନଙ୍କ ଗପ ଶୁଣିବା ଆଗ୍ରହକୁ ଦୃଷ୍ଟିରେ ରଖି ପିଲାଙ୍କ ଶୁଣିବା ଓ କହିବା ଅଭ୍ୟାସକୁ ବିକଶିତ କରିବାକୁ ଅଭିନବ ପଦକ୍ଷେପ ନେଇଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ, ପିଏବି ନିର୍ଦ୍ଦେଶ ଅନୁସାରେ ମାର୍ଗଦର୍ଶିକା ଜାରି କରିଛି ଓସେପା ।

ଗାଇଡଲାଇନ୍ ଅନୁସାରେ ପ୍ରାଥମିକ ସ୍କୁଲରେ ପିଲା ଶୁଣିବେ ଗପ । ଗପ ଶୁଣାଇବାର ଦକ୍ଷତା ଥିବା ବରିଷ୍ଠ ବ୍ୟକ୍ତି, ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପିଲାଙ୍କୁ ଗପ କହିବେ । ପିଲାମାନେ କେବଳ ଗପ ଶୁଣିବେ ନାହିଁ ବରଂ ଗପ ଶୁଣିବା ପରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ପୁନଃଆବୃତି କରିବାକୁ ସୁଯୋଗ ମିଳିବ । ଏଥିପାଇଁ ସର୍ବାଧିକ 2 ଟି ପିରିୟଡ ଦିଆଯିବ । ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଗୋଷ୍ଠୀ ସଦସ୍ୟ ଅଂଶଗ୍ରହଣ କରିବେ ଏବଂ ସିଆରସିସି କାର୍ଯ୍ୟକ୍ରମର ତଦାରଖ କରିବେ ।
ଏଭଳି କାର୍ଯ୍ୟକ୍ରମକୁ ପ୍ରାଥମିକ ଶିକ୍ଷକ ସଂଘ ସ୍ୱାଗତ କରିଛି । ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହା ରାଜ୍ୟର 27 ହଜାର 188 ପ୍ରାଥମିକ ସ୍କୁଲରେ କାର୍ଯ୍ୟକ୍ରମ ହେବ । ପ୍ରତି ସରକାରୀ ପ୍ରାଥମିକ ସ୍କୁଲ ପିଛା 1 ହଜାର ଟଙ୍କା ମଞ୍ଜୁର କରାଯିବ । ଏ ନେଇ ମୋଟ 2 କୋଟି 71 ଲକ୍ଷ 18 ହଜାର ଟଙ୍କା ମଞ୍ଜୁର ହେବ । ତେବେ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି ଅଭିଭାବକ ସଂଘ ।
ଓସେପା ପକ୍ଷରୁ ଦିଆଯାଇଥିବା ଚିଠିରେ ସ୍କୁଲରେ ମୋଟ 6ଟି ଅଭିନବ କାର୍ଯ୍ୟକ୍ରମ ପାଇଁ ଅର୍ଥ ମଞ୍ଜୁର ହୋଇଛି । ଆଉ ପ୍ରତି କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶିକା ଜାରି କରିଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications