Get Updates
Get notified of breaking news, exclusive insights, and must-see stories!

ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼, ଭାଙ୍ଗିଲା ଏଜୁକ୍ୟୁଟିଭ୍ କ୍ଲାସ୍ କୋଚ୍‌ର ୱିଣ୍ଡୋ

ଭୁବନେଶ୍ୱର: ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥରମାଡ଼ । ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ହୋଇଛି ପଥର ମାଡ଼ । ଢେଙ୍କାନାଳ-ଅନୁଗୁଳ ସେକ୍ସନର ମେରାମଣ୍ଡଳି ଓ ବୁଢ଼ାପଙ୍କ ମଧ୍ୟରେ ଏକ୍ସପ୍ରେସ୍‌କୁ ପଥର ମାଡ଼ ହୋଇଛି । ଫଳରେ ଏଜୁକ୍ୟୁଟିଭ୍ କ୍ଲାସ୍ କୋଚ୍‌ର ୱିଣ୍ଡୋ ପେନ୍‌ ନଷ୍ଟ ହୋଇଛି ।

Vande Bharat Express

ଆରପିଏଫ୍ ଏସକର୍ଟିଂ ଷ୍ଟାଫ୍‌ଙ୍କ ଠାରୁ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୂର୍ବତଟ ରେଳପଥର ସୁରକ୍ଷା ୱିଙ୍ଗ୍‌ ଏହାକୁ ଗୁରୁତ୍ବର ସହ ନେଇଛି । ରେଳ ସୁରକ୍ଷା ବଳ(ଆରପିଏଫ୍‌) ଓ ସରକାରୀ ରେଳ ପୁଲିସ(ଜିଆରପି)କୁ ସତର୍କ କରାଯିବା ସହ କଟକରୁ ଆରପିଏଫ୍‌ର ସହକାରୀ ସୁରକ୍ଷା ଆୟୁକ୍ତଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି । ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଛି । ପଥର ଫିଙ୍ଗିବା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ପୁଲିସ ସହ ସମନ୍ୱୟ ରକ୍ଷା କରି ପୂର୍ବତଟ ରେଳପଥର ଉଭୟ ସୁରକ୍ଷା ୱିଙ୍ଗ୍‌ ଅପରାଧୀଙ୍କୁ ଖୋଜିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି ।
ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ବନ୍ଦେ ଭାରତକୁ ପଥର ମାଡ ଘଟଣା ପ୍ରଥମ ନୁହଁ । ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିପରି ଘଟଣା ଘଟିଥିବା ନଜରକୁ ଆସିଛି। ତେବେ ଏପର୍ଯ୍ୟନ୍ତ କୌଣସି ଘଟଣାରେ ଯାତ୍ରୀଙ୍କ କ୍ଷତି ହୋଇନାହାଁନ୍ତି ।

ଭାରେତୀୟ ରେଳ, ବିଶେଷକରି ପୂର୍ବତଟ ରେଳପଥ କ୍ରମାଗତ ଭାବରେ ଜନସାଧାରଣଙ୍କୁ ସଚେତନ କରାଉଛି । ରେଳ ଲାଇନ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଟ୍ରେନ୍‌ ଉପରକୁ ପଥର ନ ପକାଇବା ଓ ଯାତ୍ରୀଙ୍କୁ କ୍ଷତି ନପହଞ୍ଚାଇବାକୁ ପ୍ରବର୍ତ୍ତା ଯାଉଛି । ଅଭିଯାନ 'ସାଥୀ' ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ନିୟମିତ ଭାବରେ ରେଳ ଟ୍ରାକ୍ ନିକଟରେ ଥିବା ଜନବହୁଳ ଅଞ୍ଚଳରେ ଚାଲିଛି । ପଥର ଫିଙ୍ଗିବା ଓ ଏହାର ପରିଣାମ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି । ପ୍ରଭାବିତ ସ୍ଥାନଗୁଡ଼ିକରେ ନିୟମିତ ଅଭିଯାନ କରାଯାଇ ମଦ୍ୟପ, ଅସାମାଜିକ ଓ ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ତୁରନ୍ତ ସହାୟତା ପାଇଁ ଯାତ୍ରୀମାନେ ରେଳ ମଦତ ପୋର୍ଟାଲରେ ସିଧାସଳଖ କିମ୍ବା ହେଲ୍ପଲାଇନ୍‌ ନମ୍ବର 139 (ଜାତୀୟ ଜରୁରୀକାଳୀନ ନମ୍ବର 112) ମାଧ୍ୟମରେ ଅଭିଯୋଗ କରିପାରିବେ । ଏକ୍ସ, ଫେସବୁକ୍, କୋ ଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ରେଳବାଇ ଯାତ୍ରୀଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛି । ସେମାନଙ୍କ ସୁରକ୍ଷା ଚିନ୍ତାଧାରାକୁ ସମାଧାନ କରିବା ଦିଗରେ ପଦ‌କ୍ଷେପ ନିଆଯାଉଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+