କେନ୍ଦୁଝର ବଲଦେବଜୀଉ ମନ୍ଦିରରୁ ଚୋରି, ହୁଣ୍ଡିଭାଙ୍ଗି ଲୁଟିନେଲେ ଦାନ ଟଙ୍କା
କେନ୍ଦୁଝର: ଭଗବାନଙ୍କୁ ବି ଛାଡ଼ିଲେନି । ଚୋରିନିଶା ଏମିତି ଘାରିଲା ଯେ ଶେଷରେ ଭଗବାନଙ୍କ ସମ୍ପତ୍ତି ଲୁଟିନେଲେ । ଏମିତି ଏକ ଅବାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି କରିନେଇଛନ୍ତି ଦୁବୃର୍ତ୍ତ ।

ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡି ଦାନ ଟଙ୍କା ନେଇଯାଇଛନ୍ତି । ଏପରିକି ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇଛନ୍ତି । ଗତ ରଥଯାତ୍ରା ପରଠୁ ହୁଣ୍ଡିଖୋଲା ଯାଇନଥିଲା । ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି ।
ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସିଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି । ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ମାନଙ୍କ ଅବହେଳା ଯୋଗୁଁ ହୁଣ୍ଡିରୁ ଚୋରି ହେବା ସହ ପୂର୍ବରୁ ମନ୍ଦିର ପରିସର ଭିତରୁ ଚନ୍ଦନ ଗଛ କାଟି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ଦିରର ପହଣ୍ଡିଆ ସେବକ ।












Click it and Unblock the Notifications