ଧଳାଜହର କବଳରେ ପିପିଲି, ଜବତ ହେଲା 1 କିଲୋ ବ୍ରାଉନସୁଗାର
ଭୁବନେଶ୍ୱର : ଓଡ଼ିଶାରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର । ଏହାର ଶିକାର ହେଉଛନ୍ତି ଯୁବଗୋଷ୍ଠୀ ଓ କଲେଜ ପଢୁଆ ପିଲା । ଏହି ସମୟରେ ପିପିଲିରୁ ମିଳିଛି ବିପୁଳ ପରିମାଣର ବ୍ରାଉନ୍ ସୁଗାର ।

ପିପିଲି ନିକଟରୁ 1 କିଲୋ 80 ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଏସଟିଏଫ୍ ହାତରେ ଧରାପଡ଼ିଛି ଏହି ରାକେଟ୍ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ବେଳେ ଏସଟିଏଫର ଏକ ଟିମ୍ ଉତ୍ତରା-ପିପିଲି ନିକଟରେ ଚଢଉ କରିଥିଲା । ଘଟଣାସ୍ଥଳରୁ 1 କିଲୋ 80 ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା । ଦୁଇଜଣ ଡ୍ରଗ୍ ବେପାରୀଙ୍କୁ ଧରିଥିଲା ଏସଟିଏଫ । ଦୁଇ ଅଭିଯୁକ୍ତ ହେଲେ ପିପିଲିର ଲିପୁନ୍ ପାଣ୍ଡେ ଏବଂ ଖୋର୍ଦ୍ଧା ଜିଲ୍ଲା ସାରଦାପୁର ମସଜିଦ ଗଳିର ଏସ କେ ଅବ୍ବାଶ ।
ଏହାଛଡ଼ା ଉଭୟଙ୍କ ପାଖରୁ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଉଦ୍ଧାର କରାଯାଇ ଜବତ କରାଯାଇଛି । ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯିବ ।
ସୂଚନା ଥାଉକି, କୋଲକାତାରୁ ବାଲେଶ୍ୱର ଦେଇ ଓଡ଼ିଶାକୁ ଧଳା ଜହର ଆସୁଥିବା ନେଇ ଆଗରୁ ମଧ୍ୟ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏପରିକି ଆଗରୁ ଅନେକ ଥର ପୋଲିସ୍ ବ୍ରାଉନ୍ ସୁଗାର ରାକେଟ୍ ଧରିଛି । 2020 ରୁ ଏଯାଏଁ ଏସଟିଏଫ୍ 72 କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରିଛି ।












Click it and Unblock the Notifications