ଓଡ଼ିଶାରେ ଜାଲି ନୋଟ୍ ରାକେଟ୍... ଜବତ ହେଲେ ପୁଳା ପୁଳା ଜାଲ୍ ନୋଟ୍
ଭୁବନେଶ୍ୱର: ଓଡ଼ିଶାରେ ବି ଚାଲିଛି ଜାଲ୍ ନୋଟ୍ ରାକେଟ୍ । ଏହାର ପର୍ଦ୍ଦାଫାସ୍ କରିଛି ଏସଟିଏଫ୍ । ଏକ ବଡ଼ ଧରଣର ଜାଲ୍ ନୋଟ୍ କାରବାରକୁ ଧରିଛି ଏସଟିଏଫ୍ ।

ସୋନପୁରରୁ 40 ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ । ଏହା ସହ ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ସହ 3 ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି । ଏହା ଉପରେ ଏସଟିଏଫ ଅଧିକ ଖୋଳତାଡ଼ କରୁଛି ।
ଗିରଫ ବ୍ୟକ୍ତିକୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରୁଥିବା ଜଣାଯାଇଛି । ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।












Click it and Unblock the Notifications