Get Updates
Get notified of breaking news, exclusive insights, and must-see stories!

୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ୧୨୫୦ କୋଟି ଟଙ୍କା ବିନିଯୋଗରେ ୩୬୪୦ ନିଯୁକ୍ତି ସମ୍ଭାବନା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍‌ଏସଡବ୍ଲ୍ୟୁସିଏ)ର ୧୨୦ତମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କମିଟି ପ୍ରାୟ ୧୨୫୦ କୋଟି ଟଙ୍କା ବିନିଯୋଗରେ ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ୩୬୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ଯଥେଷ୍ଟ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

meeting

ପୁଞ୍ଜିନିବେଶ ଉଦ୍ଦେଶ୍ୟକୁ ଦୃଢ଼ ବାସ୍ତବତାରେ ପରିଣତ କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରଗତିଶୀଳ ଦୃଷ୍ଟିକୋଣ ଫଳପ୍ରଦ ହେବାରେ ଲାଗିଛି। ଏହି ବିବିଧ ପ୍ରକଳ୍ପଗୁଡ଼ିକର ସଫଳ ଅନୁମୋଦନ ଆର୍ଥିକ ବର୍ଷ ୨୦୨୩ରେ ଚାଲିଥିବା ପୁଞ୍ଜିନିବେଶକୁ ଆକୃଷ୍ଟ କରିବାରେ ରାଜ୍ୟମାନଙ୍କ ମଧ୍ୟରେ ଦେଶର ଦ୍ଵିତୀୟ ସର୍ବାଧ‌ିକ ଚାହିଦାପୂର୍ଣ୍ଣ ନିବେଶ ସ୍ଥଳ ଭାବରେ ନିଜର ପ୍ରତିଷ୍ଠା ବଜାୟ ରଖିବା ଏବଂ ଉନ୍ନତ କରିବାକୁ ରାଜ୍ୟ ସରକାରଙ୍କ ସଂକଳ୍ପକୁ ସୂଚାଉଛି।

୧୨୦ତମ ଏସ୍ଏଲ୍‌ଏସଡବ୍ଲ୍ୟୁସିଏରେ ଏସବୁ ପ୍ରକଳ୍ପଗୁଡ଼ିକୁ ସବୁଜ ସଂକେତ ମିଳିଛି, ଯାହାକି ଓଡ଼ିଶାରେ ଶିଳ୍ପ ଇକୋସିଷ୍ଟମର ଦୃତ ସଂପ୍ରସାରଣ ସଂପର୍କରେ ଉଦାହରଣ ଦେଉଛି। ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ବିକେ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ କୁ ଏକ ମୋଜା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦିଆଯାଇଛି, ଯାହା ୫୨.୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବ ଏବଂ ୮୦୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି। ମମତା ଫେବ୍ରିକ୍ସ ପ୍ରାଇଭେଟ୍ ଲିମିଟେଡ୍ ର ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ୫୦.୦୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ ଏବଂ ଏହା ଖୋର୍ଦ୍ଧାରେ ବୟନ ଶିଳ୍ପକୁ ଆହୁରି ସୁଦୃଢ଼ କରି ୨,୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଇସ୍ପାତ (ଡାଉନଷ୍ଟ୍ରିମ୍) କ୍ଷେତ୍ରରେ ଏକ ପ୍ରତିଷ୍ଠିତ ନିର୍ମାତା ୧,୮୦,୦୦୦ ସଂଖ୍ୟକ ଇସ୍ପାତ କବାଟ ଓ ଝରକା ସହ ଅନ୍ୟାନ୍ୟ ଉତ୍ପାଦ ଉତ୍ପାଦନ ପ୍ରସ୍ତୁତି ନିମନ୍ତେ ୧୪୭.୬୪ କୋଟି ଟଙ୍କାର ପୁଞ୍ଜିନିବେଶ ପୂର୍ବକ ଏକ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ନାଜୋନ୍ ଟ୍ୟୁବ୍ ଉତ୍କଳ ଲିମିଟେଡ୍ ୧,୬୦,୦୦୦ ମେଟ୍ରିକ୍ ଟନ୍ ଏମ୍ ଏସ୍ ବର୍ଗାକାର ଓ ଆୟତାକାର ପାଇପ୍ ଓ ଟ୍ୟୁବ୍ ପ୍ରସ୍ତୁତି ନିମନ୍ତେ ଏକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୧୦୫ କୋଟି ଟଙ୍କା ବିନିଯୋଗ ଏବଂ ୫୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରି ଯାଜପୁର, କଳିଙ୍ଗ ନଗରରେ ଏହାର ଥ‌ିବା ବର୍ତ୍ତମାନର କାରଖାନାକୁ ସମ୍ପ୍ରସାରଣ କରିବାକୁ ଯୋଜନା କରିଛି ।

ବେଦାନ୍ତ ଲିମିଟେଡର ୪.୫ ଏମପିଟିଏ ଲୁହାପଥର ବିଶୋଧନ ପ୍ଲାଣ୍ଟକୁ ଅନୁମୋଦନ ମିଳିବା ପରେ ଓଡ଼ିଶାରେ ଖଣି ଓ ଧାତୁ ବିଜ୍ଞାନ କ୍ଷେତ୍ରକୁ ଆହୁରି ପ୍ରୋତ୍ସାହନ ମିଳିଛି । ୮୦,୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ପ୍ରକଳ୍ପ ୧୫୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଅବସ୍ଥିତ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଦକ୍ଷତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ବିଜୁ ଅର୍ଥନୈତିକ କରିଡରରେ ପଶ୍ଚିମ ଓଡ଼ିଶାରେ ପାଖାପାଖୁ ୮୧୦ କୋଟି ଟଙ୍କାର ମିଳିତ ବିନିଯୋଗରେ ଶସ୍ୟ ଭିତ୍ତିକ ଇଥାନଲ ଉତ୍ପାଦନ ପାଇଁ ସବୁଜ ସଙ୍କେତ ମିଳିବା ସହ ଓଡ଼ିଶାରେ କୃଷି ପ୍ରକ୍ରିୟାକରଣ ଶିଳ୍ପ ଆହୁରି ବିକଶିତ ହୋଇଛି।

ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ଅନୁକୂଳ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରଶଂସନୀୟ ପ୍ରୟାସ ପୂର୍ବ ଭାରତରେ ପାଦ ଥାପିବାକୁ ଚାହୁଁଥ‌ିବା ଶିଳ୍ପଗୁଡ଼ିକ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହେଉଛି। ୧୨୦ତମ ଏସଏଲଏସଡବ୍ଲ୍ୟୁସିଏ ବୈଠକ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଏହି ଅଞ୍ଚଳରେ ବୃଦ୍ଧି ପାଉଥ‌ିବା ଶିଳ୍ପ ଶକ୍ତି ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ରାଜ୍ୟର ପ୍ରତିବଦ୍ଧତାର ପ୍ରମାଣ ଭାବେ ଉଭା ହୋଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+