Get Updates
Get notified of breaking news, exclusive insights, and must-see stories!

ଅବସରପ୍ରାପ୍ତ ଶିକ୍ଷକଙ୍କ ପାଇଁ ଖୁସି ଖବର, ସହଜ ହେବ ପେନସନ୍ ମିିଳିବା

ଭୁବନେଶ୍ୱର: ଅବସରପ୍ରାପ୍ତ ସରକାରୀ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ପେନସନ୍ ପାଇବା ପ୍ରକ୍ରିୟା ହେବ ସହଜ । ସହଜରେ ପେନସନ୍ ନମିଳିଲେ ପେନସନ୍ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଚାକିରିରୁ ଅବସର ଗ୍ରହଣ ପରେ ଦୀର୍ଘ ଦିନ ଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ନିମନ୍ତେ ଆବେଦନ କରିପାରିବେ ।

pension

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଓଡ଼ିଶାର ସମସ୍ତ 30 ଗୋଟି ଜିଲ୍ଲାରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କର ପେନସନ୍ ସୁରୁଖୁରୁରେ ପ୍ରାପ୍ତି ପାଇଁ ଏକ ସରଳ ପ୍ରଚେଷ୍ଟା କରାଯାଇ ଅଛି ।

ଏହି ପରିକଳ୍ପନା ଅନୁଯାୟୀ ଆସନ୍ତା ତା ନଭେମ୍ବର 18 ତାରିଖ ପୂର୍ବାହ୍ନ 11 ଘଟିକା ସମୟରେ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ଏକ ପେନସନ୍ ଅଦାଲତ ଅନୁଷ୍ଠିତ ହେବ । ଉକ୍ତ ପେନସନ୍ ଅଦାଲତରେ ଜିଲ୍ଲାର ସମସ୍ତ ପେନସନ୍ ମଞ୍ଜୁର କରୁଥିବା ଅଧିକାରୀ, Controller of Accounts, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ(DSE) ଓଡ଼ିଶା, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ (DEE)ଓଡ଼ିଶା, TE & SCERT ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ ।

ଉକ୍ତ ପେନସନ ଅଦାଲତରେ ଜିଲ୍ଲାର ସମସ୍ତ ପେନସନ ମଞ୍ଜୁର କରୁଥିବା ଅଧିକାରୀ, ଚାକିରିରୁ ଅବସର ନେଇଥିବା ଏବଂ ପେନସନ ପାଇବା ପାଇଁ ଅପେକ୍ଷା କରୁଥିବା ସମସ୍ତ କର୍ମଚାରୀଙ୍କର ପେନସନ୍ ସଙ୍କ୍ରାନ୍ତୀୟ କାଗଜପତ୍ର ସହିତ ଉପସ୍ଥିତ ରହିବେ ।

ଉପରୋକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସମସ୍ତ ଅବସର ପ୍ରାପ୍ତ ତଥା ପେନସନ୍ ପାଇବା ପାଇଁ ଅପେକ୍ଷାରତ ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଯେଭଳି ଉକ୍ତ ପେନସନ୍ ଅଦାଲତରେ ଉପସ୍ଥିତ ରହି ତାଙ୍କର କାର୍ଯ୍ୟ ସମ୍ପାଦନ କରିପାରିବେ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବହୁଳ ପ୍ରଚାର ମାଧ୍ୟମରେ ଉପରୋକ୍ତ କାର୍ଯ୍ୟକ୍ରମ ବିଷୟରେ ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ଅବଗତି ପାଇଁ କାର୍ଯ୍ୟକ୍ରମ କରିବେ ।

ଏହିଭଳି ଓଡ଼ିଶାର ସମସ୍ତ ଜିଲ୍ଲାମାନଙ୍କରେ ପର୍ଯ୍ୟାୟକ୍ରମେ ପେନସନ୍ ଅଦାଲତ ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+