ମାଲକାନାଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର, ମାଗଣାରେ କରିପାରିବେ ବ୍ୟୟବହୁଳ ଡାକ୍ତରୀ ଟେଷ୍ଟିଂ
ମାଲକାନଗିରି: ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନାଗିରିରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରୁଛନ୍ତି ରାଜ୍ୟ ସରକାର । ଗରିବ ଲୋକଙ୍କ ଡାକ୍ତରୀ ପାଇଁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ଏ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ସରକାର ।

ମାଲକାନାଗିରି ଜିଲ୍ଲାବାସୀଙ୍କୁ ଆଉ ବ୍ୟୟବହୁଳ ଡାକ୍ତରୀ ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀଙ୍କ ହେବ ପେଟ୍ ସିଟି ସ୍କାନ, ଏମଆରଆଇ ସିଟି ସ୍କାନ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ମିଳିବ ଏହିସବୁ ସୁବିଧା । ଏହି ସେବାର ଶୁଭାରମ୍ଭ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ପୁର୍ବତନ ବିଧାୟକ ମାନସ ମାଡକାମି ଓ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଆଡମା ରାବା ।
ବିଶେଷ କରି କର୍କଟ ପରି ଦୁରାରୋଗ୍ୟ ରୋଗ ହେଲେ ଗରିବ ଲୋକ ଖର୍ଚ୍ଚ ନ କରି ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସେବା ଆରମ୍ଭ ହେବ ପରେ ଆଉ ଗରିବ ଲୋକ ଖର୍ଚ୍ଚାନ୍ତ ହୋଇ ଅସୁବିଧାରେ ପଡ଼ିବେନି । ରାଜ୍ୟ ସରକାର ଏମିତି ସୁବିଧା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ।
ଏହା ପରେ ଜିଲ୍ଲାବାସୀ ଉପକୃତ ହେବା ସହ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବେ । ଏପରିକି ସେମାନଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ । ମାଲକାନଗିରି ଜିଲ୍ଲାବାସୀ ରାଜ୍ୟ ସରକାର ଏହି ସୁବିଧା ଘୋଷଣା କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ।












Click it and Unblock the Notifications