ରାଜ୍ୟ କର୍ମଚାରୀଙ୍କୁ ରଜ ଭେଟି, ମହଙ୍ଗା ଭତ୍ତାରେ 4 ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଇଛନ୍ତି ସରକାର । ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 4 ପ୍ରତିଶତ ବୃଦ୍ଧି କରାଯାଇଛି । ଏଥିସହିତ ପେନସନଭୋଗୀଙ୍କ ଟି.ଆଇରେ ମଧ୍ୟ 4 ପ୍ରତିଶତ ବୃଦ୍ଧି ହୋଇଛି ।
ମହଙ୍ଗା ଭତ୍ତା ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 38 ପ୍ରତିଶତରୁ 42 ପ୍ରତିଶକୁ ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦରମା ଜାନୁଆରୀ ପହିଲା 2023 ରୁ ପିଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ଭତ୍ତା ଚଳିତ ଜୁନ ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ଦ୍ୱାରା ପ୍ରାୟ ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀ ଉପକୃତ ହେବେ ।












Click it and Unblock the Notifications