Get Updates
Get notified of breaking news, exclusive insights, and must-see stories!

‘ଏଥି ପାଇଁ ବର୍ଷା ଦାୟୀ...', ଟମାଟୋ ବୃଦ୍ଧି ଉପରେ କହିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ସାରା ରାଜ୍ୟରେ ହଠାତ୍ ଟମାଟୋର ମୂଲ୍ୟରେ ହଠାତ୍ ବୃଦ୍ଧି ହୋଇଛି । ପଖାପାଖି 100 ଟଙ୍କାରେ ବିକ୍ରି ହେଉଛି ଟମାଟୋ । ସୋମବାର ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ସହରାଞ୍ଚଳରେ ଟମାଟୋ କିଲୋଗ୍ରାମ ପିଛା ପ୍ରାୟ 50 ଟଙ୍କା ବିକ୍ରି ହେଉଥିଲା । ତେବେ କିଲୋଗ୍ରାମ ପିଛା ଟମାଟୋର ମୂଲ୍ୟ ବର୍ତ୍ତମାନ 100 ରୁ 120 ଟଙ୍କା ମଧ୍ୟରେ ରହିଛି ।

atanu sabyasachi nayak

ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଟମାଟୋର ମୂଲ୍ୟ ପ୍ରମୁଖ ପନିପରିବା ବାଣିଜ୍ୟ କେନ୍ଦ୍ର ଥିବା ୟୁନିଟ୍ 1 ମାର୍କେଟରେ କିଲୋଗ୍ରାମ ପିଛା 80 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ଅନ୍ୟ ବଜାରରେ ଏହା 100 ଟଙ୍କା ଛୁଇଁଛି ।

କେବଳ ଓଡିଶା ନୁହଁ ସାରା ଦେଶରେ ଟମାଟୋ ମୂଲ୍ୟ ବୃଦ୍ଧି ହୋଇଛି । ଏହି ସମୟରେ ହଠାତ୍ ଟମାଟୋ ମୂଲ୍ୟରେ ବୃଦ୍ଧିକୁ ନେଇ ବର୍ଷାକୁ ଦାୟୀ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି ରାଜ୍ୟରେ ଅନିଶ୍ଚିତ ପାଣିପାଗ ପରିସ୍ଥିତି, ବନ୍ୟା ଏବଂ ପ୍ରବଳ ବର୍ଷା ହେତୁ ଏହାର ଯୋଗାଣ ପ୍ରଭାବିତ ହୋଇଥିବାରୁ ଟମାଟୋର ମୂଲ୍ୟରେ ବୃଦ୍ଧି ହୋଇଛି । ଓଡ଼ିଶାକୁ ବିଶେଷ କରି ବେଙ୍ଗାଲୁରୁରୁ ଟମାଟୋ ଆସିଥାଏ। ଏହା ଭିତରେ ସ୍ଥିତିରେ କିଛିଟା ପରିବର୍ତ୍ତନ ହେବାର ଆଶା କରୁଛୁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଡାଲି ସମେତ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ନେଇ ବିଭାଗ ମଧ୍ୟ ସତର୍କ ରହିଛି ବୋଲି ସେ କହିଛନ୍ତି । ବଜାରରେ କଳାବଜାରୀ ଏବଂ ବେଆଇନ ଗଚ୍ଛିତ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+