ଶ୍ରୀମନ୍ଦିରରେ ପ୍ରବଳ ଗହଳି ମଧ୍ୟରେ ଠେଲାପେଲା, ଅନେକ ଆହତ
ପୁରୀ: ଶ୍ରୀମନ୍ଦିରରେ ଲାଗି ରହିଛି ପ୍ରବଳ ଗହଳି । ଏହି ସମୟରେ ଠେଲାପେଲା ଯୋଗୁଁ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି ।

କାର୍ତ୍ତିକ ମାସ ଉପଲକ୍ଷେ ବହୁ ସଂଖ୍ୟାରେ ହବିଷ୍ୟାଳୀ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି । ଆଜି ମଙ୍ଗଳାଳତୀ ପରେ ସିଂହଦ୍ୱାର ବ୍ୟାରିକେଡ୍ ଖୋଲାଯିବା ସମୟରେ ହବଷ୍ୟାଳୀଙ୍କୁ ଏକକାଳୀନ ଶ୍ରୀମନ୍ଦିରକୁ ଛଡ଼ା ଯାଇଥିଲା । ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥିଲା । ଏହି ସମୟରେ ଠେଲା ପେଲା ଯୋଗୁଁ ଅନେକ ହବିଷ୍ୟାଳୀ ଅହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନେ ଚିକିତ୍ସା ହେବା ପରେ ଫେରିଥିବା ସୂଚନା ମିଳିଛି ।
ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଛି । ମଙ୍ଗଳଆଳତୀ ପରେ ସିଂହଦ୍ୱାର ବ୍ୟାରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା । ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। ପୋଲିସ ଓ ଜେଟିପି ମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ।
ଆହତ ହବିଷ୍ୟାଳୀ ଓ ଭକ୍ତମାନଙ୍କ କହିବା କଥା ହେଲା ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢିଯିବା ସହ ଚକଟି ଦେଇଥିଲେ । ଫଳରେ ବହୁ ଭକ୍ତ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି । କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ୟ୍ୟାଳୟ ରଖାଯାଇଥିଲା । ସେଠାରେ ସେମାନଙ୍କୁ ଫ୍ୟାନ ଓ ଏସି ଲଗାଇ ଶୁଆଇ ଦିଆଯିବା ସହିତ ଓଆରଏସ ପାଣି ମଧ୍ୟ ପିଇବାକୁ ଦିଆଯାଇଥିଲା । ତେବେ ଅଘଟଣରେ ଆହତ ହେଇଥିବା ଭକ୍ତମାନଙ୍କୁ ପର୍ୟ୍ୟାୟକ୍ରମେ ମେଡ଼ିକାଲ ପଠାଯାଇଛି ।












Click it and Unblock the Notifications