Get Updates
Get notified of breaking news, exclusive insights, and must-see stories!

ଆଦିବାସୀ ଜମି କିଣିପାରିବେ ଅଣଆଦିବାସୀ

ଭୁବନେଶ୍ୱର: ଜମି ବିକ୍ରି କରିବାକୁ ଚାହୁଁଥିବା ଆଦିବାସୀ ଭାଇଭଉଣୀଙ୍କ ପାଇଁ ଖୁସି ଖବର । ଏଣିକି ଅଣଆଦିବାସୀଙ୍କୁ ଜମି ବିକ୍ରି କରିପାରିବେ ଆଦିବାସୀ । ଏ ନେଇ ଏକ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ଅନୁମୋଦନ ।

ଏହା ଦ୍ୱାରା ଏସଟି ବର୍ଗର ଜମି ହସ୍ତାନ୍ତର ପ୍ରକ୍ରିୟା ସରଳ ହେବ । ଏହା ଉପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆଦିବାସୀ ଭାଇମାନେ ପୂର୍ବରୁ ଅସୁବିଧା ସମୟରେ ଜମିକୁ ନିଜ କାମରେ ଲଗେଇ ପାରୁ ନଥିଲେ । ଏବେ ସେ ନିୟମରେ କିଛି ପରି ବର୍ତ୍ତମାନ କରାଯାଇଛି । ଏହା ଦ୍ୱାରା ଆଦିବାସୀ ବର୍ଗ ଉପକୃତ ହେବେ ।

land

ଏହା ପରେ ବର୍ତ୍ତମାନ, ଆଦିବାସୀମାନେ ଏଣିକି ଅଣ ଆଦିବାସୀମାନଙ୍କୁ ନିଜର ଜମି ବିକ୍ରି କରିପାରିବେ । ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିବା ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ଉପଜିଲ୍ଲାପାଳଙ୍କୁ ଆବେଦନ କରି ଜଣେ ଆଦିବାସୀ ନିଜର ଜମି ଅଣ ଆଦିବାସୀଙ୍କୁ ବିକି ପାରିବେ । ଯଦି 6 ମାସ ଭିତରେ ଉପଜିଲ୍ଲାପାଳ ଏନେଇ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ହେବ । ଏହି ମାମଲାରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ଧରାଯିବ । ଏହାଫଳରେ ଜଣେ ଆଦିବାସୀ ଅଣଆଦିବାସୀଙ୍କୁ ନିଜ ଜମିକୁ ଉପହାର ଆକାରରେ ଦେଇପାରିବେ । ଠିକ୍ ସେହିପରି ଜଣେ ଆଦିବାସୀ ନିଜର ଜମିକୁ ସର୍ବସାଧାରଣ ଅର୍ଥପ୍ରଦାନକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ମଧ୍ୟ ଆଣିପାରିବେ ।

ଓଡ଼ିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ନିୟମାବଳୀ- 1956 ରେ ସଂଶୋଧନ ଆଣିବା ଲାଗି ଥିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଗ୍ରହଣ କରିବା ପରେ ଏହା ସମ୍ଭବ ହୋଇପାରିଛି । କ୍ୟାବିନେଟ୍‍ଙ୍କ ଏହି ନିଷ୍ପତ୍ତିକୁ ବ୍ୟାଖ୍ୟା କରିବା ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଏବେ ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ସ୍ଥାବର ସମ୍ପତ୍ତିକୁ ଦାନ ଦେଇପାରିବେ, ବିକ୍ରି କରିପାରିବେ, କୌଣସି ବ୍ୟାଙ୍କ ବା ଅର୍ଥନୀତିକ ସଂସ୍ଥାରେ କୃଷି, ପାଠପଢ଼ା, ବ୍ୟବସାୟ, ନିର୍ମାଣ ପାଠପଢ଼ା ପ୍ରଭୃତି ପାଇଁ ବନ୍ଧକ ରଖିପାରିବେ । ଏଥିଲାଗି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ ।

ପୂର୍ବରୁ 2002 ମସିହାରେ ଏହି ନିୟମାବଳୀରେ ସଂଶୋଧନ କରାଯାଇଥିଲା । ସେତେବଳେ କେବଳ ଆଦିବାସୀ ବର୍ଗର ବ୍ୟକ୍ତିଙ୍କୁ ଆଦିବାସୀ ଜମି ବିକ୍ରି କରିବା ବ୍ୟବସ୍ଥା ଥିଲା । ହେଲେ ସରକାର ଏବେ ଏହି ନିୟମରେ ପରିବର୍ତ୍ତନ ଆଣି ବ୍ୟବସ୍ଥାକୁ ଆହୁରି ଉନ୍ମୁକ୍ତ କରିଛନ୍ତି । ପୁଣି ସେତେବେଳେ କେବଳ କୃଷି ପାଇଁ ଜମି ବନ୍ଧକ ପକାଯିବା ବ୍ୟବସ୍ଥା ଥିଲା ହେଲେ ଏହି ନୂଆ ନିୟମ ଯେକୌଣସି କାର୍ଯ୍ୟ ପାଇଁ ବ୍ୟାଙ୍କିଂ ବା ଅଣ ବ୍ୟାଙ୍କିଂ ସଂସ୍ଥାରେ ଆଦିବାସୀ ବ୍ୟକ୍ତିଙ୍କୁ ସେମାନଙ୍କ ଜମି ବନ୍ଧକ ରଖିବାକୁ ସୁବିଧା ଦେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+