Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ଐତିହ୍ୟରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଟ୍ୱିଟରେ ଟ୍ରେଣ୍ଡ କରୁଛି ‘ଶ୍ରୀ ଜଗନ୍ନାଥ ପରିକ୍ରମା'

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ଅବସରର ଭକ୍ତି ରସରେ ଭିଜିଛି ଶ୍ରୀକ୍ଷେତ୍ର । ବେଦା ପାଠ ଠାରୁ ଆରମ୍ଭ କରି ଭଜନ କୀର୍ତ୍ତନ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ ।

ଆଜିର ଏହି ପବିତ୍ର ମୁହୂର୍ତ୍ତରେ ସୋସିଆଲ ମିଡିଆ 'ଏକ୍ସ'ରେ ଟ୍ରେଣ୍ଡ୍ କରୁଛି 'ଶ୍ରୀଜଗନ୍ନାଥ ପରିକ୍ରମା' । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରିବା ପର ଠାରୁ 'ଏକ୍ସ'ରେ ଟ୍ରେଣ୍ଡ୍ କରୁଛି 'ଶ୍ରୀଜଗନ୍ନାଥ ପରିକ୍ରମା' । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବାର ଏକ ଘଣ୍ଟା ମଧ୍ୟରେ ପ୍ରାୟ ସାଢେ ପାଞ୍ଚ ହଜାରରୁ ଅଧିକ ଲୋକ 'ଶ୍ରୀଜଗନ୍ନାଥ ପରିକ୍ରମା' ଟ୍ୟାଗ୍‌ରେ ପୋଷ୍ଟ କରିଛନ୍ତି ।

shree mandir parikrama prakalp

ଏହି ଭବ୍ୟ ଉତ୍ସବ ପାଇଁ ସଜେଇ ହୋଇଛି ପୁରୀ ସହର । ଶ୍ରୀସେତୁ ରାସ୍ତା ମଝି ଓ ପାର୍ଶ୍ବରେ ସୃଷ୍ଟି ହୋଇଛି ସବୁଜ ବଳୟ । ଭଳିକି ଭଳି ଫୁଲ ଗଛ ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣରେ ଭରି ଦିଆଯାଇଛି ଏହି ନବନିର୍ମିତ ସେତୁ । ତୂରୀ ଆକୃତିର ଏହି ସେତୁ ଶ୍ରୀକ୍ଷେତ୍ରର ଟ୍ରାଫିକ୍‌ ସମସ୍ୟା ଦୂର କରିବ । ସେପଟେ ବଡ଼ଦାଣ୍ଡର ଚାପ କମାଇବା ପାଇଁ ପ୍ରସ୍ତୁତ ହୋଇସାରିଛି 'ଶ୍ରୀଦାଣ୍ଡ'। ଶ୍ରୀଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଦୋଳବେଦି କୋଣକୁ ସଂଯୋଗ କରୁଥିବା ଏହି ନୂଆ ଚଉଡ଼ା ରାସ୍ତାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପେଭର୍‌ ବ୍ଲକ୍‌ ବିଛାଯାଇଛି । ରାସ୍ତାର ଦୁଇପାର୍ଶ୍ବ ବଡ଼ଦାଣ୍ଡ ଭଳି ଫିକା ଗୋଲାପି ରଙ୍ଗରେ ରଙ୍ଗାୟିତ ହୋଇଛି । ସୌନ୍ଦର୍ଯ୍ୟୀକରଣ ପାଇଁ ରାସ୍ତାର ଦୁଇପାର୍ଶ୍ବରେ ନାନାଦି ଗଛ ରଖାଯାଇଛି । ଏହା ସାଙ୍ଗକୁ ରାସ୍ତାର ଦୁଇପାର୍ଶ୍ବରେ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ମୂର୍ତ୍ତି ଏହି ରାସ୍ତାର ଆକର୍ଷଣକୁ ଦ୍ବିଗୁଣିତ କରି ଦେଉଛି । ସମ୍ପୂର୍ଣ୍ଣ ଆଧ୍ୟାତ୍ମିକତାରେ ଭରି ଦିଆଯାଇଛି 'ଶ୍ରୀଦାଣ୍ଡ' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+