Get Updates
Get notified of breaking news, exclusive insights, and must-see stories!

ଆହୁରି 5 ଦିନ ବର୍ଷିବ, ବନ୍ୟା ପରିସ୍ଥିତି ନେଇ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ SRC ଙ୍କ ଚିଠି

ଭୁବନେଶ୍ୱର: ମୌସୁମୀ ପ୍ରଭାବରେ କଟକ,ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷା । ଆସନ୍ତା 4 ରୁ 5 ଦିନ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଆଜି କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍ଗାନାଳ. ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସମ୍ବଲପୁର, ଏବଂ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

flood

ସେହିପରି ଆସନ୍ତା କାଲି ଠାରୁ ବଢିବ ବର୍ଷାର ପରିମାଣ । ଫଲରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ଉପୁଜିପାରେ । ତେଣୁ ଏଥି ପ୍ରତି ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ।

ପ୍ରବଳ ବର୍ଷା ହେତୁ ବନ୍ୟାସ୍ଥିତି ସହ ତଳିଆ ଅଞ୍ଚଳରେ ପାଣି ଜମି ରହିବାର ଆଶଙ୍କା ରହିଛି । ପମ୍ପ ଜରିଆରେ ଜଳ ନିସ୍କାସନ ଲାଗି ପଦକ୍ଷେପ ନିଆଯିବା ସହ ସହରର ଡ୍ରେନଗୁଡ଼ିକୁ ସଫା କରିବାକୁ କୁହାଯାଇଛି । ଏହା ସହିତ ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନଦୀବନ୍ଧ ଓ କେନାଲ ବନ୍ଧର ମରାମତି କରାଯିବା ଉପରେ ଗୁରୁତ୍ୱ ଦେବା ଲାଗି କୁହାଯାଇଛି । ବର୍ଷା ଲାଗି ରହିବା ଯୋଗୁ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ଜଳମଗ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ଯେପରି ସୁରୁଖୁର ଭାବେ ହୋଇପାରେ ସେଥିପ୍ରତି ବି ଧ୍ୟାନ ଦିଆଯିବ । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ଏଣୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତି ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ବି ପରାମର୍ଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+