Get Updates
Get notified of breaking news, exclusive insights, and must-see stories!

ବାତ୍ୟା ଗୁଲାବର ମୁକାବିଲା ପାଇଁ ନିୟୋଜିତ ହେବେ 24 ଏନଡିଆରଏଫ୍ ଓ 42 ଓଡ୍ରାଫ୍ ଟିମ୍

ଆସନ୍ତା 12 ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ । କାଲି ସନ୍ଧ୍ୟାରେ ବିଶାଖାପାଟନାମ୍ ଓ ଗୋପାଳପୁର ମଧ୍ୟରେ କଳିଙ୍ଗପାଟନମ୍ ପାଖ ଦେଇ ଅତିକ୍ରମ କରିବ । 26 ତାରିଖରେ ପବନର ବେଗ ଘଣ୍ଟାପ୍ରତି 70-80 କିଲୋମିଟର ରହିବ ।

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏସଆରସି ପ୍ରଦୀପ ଜେନା ଏନେଇ ସତର୍କ ସୂଚନା ଜାରି କରିଛନ୍ତି ।

cyclone

ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟାର ସାମାନ୍ୟ ପ୍ରଭାବ ଓଡ଼ିଶା ଉପରେ ପଡିପାରେ । ଏନେଇ ସରକାର ସଜାଗ ଏବଂ ସଚେତନ ରହିଛନ୍ତି । ଏହା ବ୍ୟତୀତ ବାତ୍ୟା ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ, ତଳିଆ ଅଞ୍ଚଳରେ ପାଣି ଜମିପାରେ ବୋଲି ପ୍ରେସମିଟରେ କହିଛନ୍ତି ଏସଆରସି ।

ଆସନ୍ତା 12 ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ । କାଲି ସନ୍ଧ୍ୟାରେ ବିଶାଖାପାଟନାମ୍ ଓ ଗୋପାଳପୁର ମଧ୍ୟରେ କଳିଙ୍ଗପାଟନମ୍ ପାଖ ଦେଇ ଅତିକ୍ରମ କରିବ । 26 ତାରିଖରେ ପବନର ବେଗ ଘଣ୍ଟାପ୍ରତି 70-80 କିଲୋମିଟର ରହିବ । ଏହା ବଢି ଘଣ୍ଟାପ୍ରତି 90କିଲୋମିଟର ଛୁଇଁପାରେ । ବର୍ତ୍ତମାନ ସାମୁଦ୍ରିକ ଝଡ଼ ଗୋପାଳପୁର ଠାରୁ 580 କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ରହିଛି ।

ଏଥି ସହିତ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାରକୁ ଥିବା 7ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଏସଆରସି ବୈଠକ କରିଛନ୍ତି । ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ରହିବ ବୋଲି କୁହାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ନୟାଗଡ଼କୁ ଆଗୁଆ ସତର୍କତା କରାଯାଇଛି । ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି । ଏହି ସମସ୍ତ ଜିଲ୍ଲାକୁ 42 ଓଡ୍ରାଫ, 24 ଏନଡିଆରଏଫ ଟିମ ପଠାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସଆରସି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+