କଟକରେ ପୁଣି ଅପମିଶ୍ରଣ ! ମସଲାରେ ମିଶାଉଥିଲେ ଚାଉଳଗୁଣ୍ଡ ଓ ରଙ୍ଗ
କଟକ: ରାଜ୍ୟର ବ୍ୟବସାୟିକ ରାଜଧାନୀ କୁହାଯାଉଥିବା କଟକରେ ଥମୁନି ଅପମିଶ୍ରଣ ମାମଲା । ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ମେଡ଼ିସିନ୍ ପର୍ଯ୍ୟନ୍ତ, ସବୁଥିରେ ଚାଲିଛି ନକଲି ରାକେଟ୍ । ଏବେ ଏକ ଅପମିଶ୍ରିତ ମସଲାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ୍ ।

ମାଲଗୋଦାମ ଅଞ୍ଚଳରେ ଏକ ଅପମିଶ୍ରିତ ମସଲା ୟୁନିଟ୍ ଉପରେ ଚଢାଉ କରିଛି କମିଶନରେଟ୍ ପୋଲିସ । କଟକ ମହାନଗର ନିଗମ (ସିଏମସି) ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ସ୍କ୍ୱାର୍ଡର ମିଳିତ ଟିମ୍ ଚଢାଉ କରାଯାଇଛି ।
ଚାଉଳ ଗୁଣ୍ଡ ଓ ରଙ୍ଗ ମିଶାଇ ଅପମିଶ୍ରିତ ଲାଲ୍ ଲଙ୍କା ଗୁଣ୍ଡ, ହଳଦୀ ଓ ଅନ୍ୟାନ୍ୟ ମସଲା ପ୍ରସ୍ତୁତ କରାଯାଉଥିଲା । ପ୍ରାୟ 300 ଗ୍ରାମ୍ ଚାଉଳ ଗୁଣ୍ଡ ମସଲାରେ ମିଶାଉଥିଲେ ୟୁନିଟ୍ ମାଲିକ ।
ଖାଦ୍ୟ ସାମଗ୍ରୀରେ ଏଭଳି ଅପମିଶ୍ରଣ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବା ସହ ଖାଦ୍ୟରେ ରଙ୍ଗ ବ୍ୟବହାର କରିବା ଦ୍ୱାରା ଲିଭର ଖରାପ ହେବା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଅପମିଶ୍ରିତ ମସଲାର ଅନେକ ନମୁନା ସଂଗ୍ରହ କରାଯାଇ ଲ୍ୟାବ୍ ପରୀକ୍ଷା ପାଇଁ ପଠାଯିବ ।
ତେବେ ଅଧିକ ଲାଭ ଆଶାରେ ମସଲାରେ ଚାଉଳ ଗୁଣ୍ଡ ଓ ରଙ୍ଗ ମିଶାଯାଉଥିବା କଥା ସ୍ୱୀକାର କରିଛନ୍ତି ୟୁନିଟ୍ ମାଲିକ । ପୋଲିସ ୟୁନିଟ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।












Click it and Unblock the Notifications