Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ହିଟ୍ ୱେଭ୍, ନନ୍ଦନକାନନରେ ଜୀବଜନ୍ତୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ହିଟ୍ ୱେଭ୍ । ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ଖରାରେ ଜଳୁଛି ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଗ୍ରୀଷ୍ମପ୍ରବାହ । ଡହଡହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଜୀବଜନ୍ତୁ ମଧ୍ୟ ହନ୍ତସନ୍ତ ହୋଇପଡ଼ିଲେଣି ।

Nandankanan

ସେଥିଲାଗି ଅଂଶୁଘାତରୁ ରକ୍ଷା ପାଇବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଜୀବଜନ୍ତୁଙ୍କୁ ତରଭୁଜ, ଆଖୁ ଓ କାକୁଡି ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ ଦିଆଯାଉଛି । ଏନକ୍ଲୋଜର ଗୁଡ଼ିକୁ ବାଉଁଶ ତାଟି ଓ ବେଣା ଚେର ସ୍କ୍ରିନରେ ଘୋଡ଼ାଯାଇଛି । ଫଲରେ ତାତିର ପ୍ରକୋପ କମ ରହିବ ଏବଂ ଅଂଶୁଘାତରୁ ରକ୍ଷାପାଇବେ ।

ପ୍ରାଣୀ ଉଦ୍ୟାନର ସମସ୍ତ ଏନକ୍ଲୋଜର ଗୁଡିକୁ 24 ଘଣ୍ଟିଆ ପାଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଖରା ଦାଉରୁ ରକ୍ଷା କରିବାକୁ ସିମ୍ପାଞ୍ଜି ଓ ଗିବନ ପାଇଁ କୁଲର ବ୍ୟବସ୍ଥା ହୋଇଛି । ଭାଲୁମାନଙ୍କ ପାଇଁ ପାଣିରେ ବୁଡ଼ି ରହିବା ଭଳି ବ୍ୟବସ୍ଥା ହୋଇଛି । ସେହିପରି ପକ୍ଷୀମାନଙ୍କ ପାଇଁ କୃତ୍ରିମ ଝରଣା ଓ ପାଣି ସିଞ୍ଚନ ବ୍ୟବସ୍ଥା ହୋଇଛି ।
ଏହା ବ୍ୟତୀତ, ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇଛି । ଉଦ୍ୟାନ ଭିତରେ ପର୍ଯ୍ୟଟକଙ୍କ ପାଇଁ 5ଟି ଥଣ୍ଡା ପିଇବା ପାଣି କିଓସ୍କ ସମେତ ମୋଟ 14 ଟି ପାନୀୟ ଜଳ କିଓସ୍କ ରହିଛି । ଆଉ କିଛି ନୂଆ କିଓସ୍କ ଲଗାଯିବାର ବ୍ୟବସ୍ଥା କରାଯାଉଥିବା ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+