Get Updates
Get notified of breaking news, exclusive insights, and must-see stories!

ଡ୍ରାଇଭରଙ୍କ ଆନ୍ଦଳନକୁ ନେଇ ବାଚସ୍ପତି ରୁଲିଂ, ଆସନ୍ତାକାଲି ଜବାବ ରଖିବେ ପରିବହନ ମନ୍ତ୍ରୀ

ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ନେଇ ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଛନ୍ତି । ଏହି ପରିପ୍ରକ୍ଷୀରେ ଆସନ୍ତାକାଲି ଗୃହରେ ପରିବହନ ମନ୍ତ୍ରୀ ବିବୃତି ରଖିବେ ।

Bikram keshari Arukh

ଭୁବନେଶ୍ୱର: ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବିଧାନସଭାରେ ଦେଖିବାକୁ ମିଳିଛି ଝଡ଼ । ବିରୋଧୀ ଡ୍ରାଇଭରଙ୍କ ପ୍ରସଙ୍ଗ ଗୃହରେ ଉଠାଇ ହଟ୍ଟଗୋଳ କରିଛନ୍ତି । ଏପରିକି ଏହି ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦାବି କରି ଗୃହର ମଧ୍ୟଭାଗରେ ବିରୋଧୀ ହଙ୍ଗାମା କରିଛନ୍ତି । ଏହାପରେ ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।

ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଛନ୍ତି । ଏହି ପରିପ୍ରକ୍ଷୀରେ ଆସନ୍ତାକାଲି ଗୃହରେ ପରିବହନ ମନ୍ତ୍ରୀ ବିବୃତି ରଖିବେ ।
ବାଚସ୍ପତିଙ୍କ ରୁଲିଂ ପରେ ପରିବହନ ମନ୍ତ୍ରୀ ଆସନ୍ତାକାଲି ଗୃହରେ କଣ ଉତ୍ତର ରଖିବେ ତାକୁ ଏବେ ଅପେକ୍ଷା କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।

ଅପରପକ୍ଷରେ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘ ସହ ଆଲୋଚନା କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା 3 ମାସ ମଧ୍ୟରେ ମହାସଂଘର ଦାବି ପୂରଣ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ସାମିଲ ଥିଲେ ଡ୍ରାଇଭର ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ । ଆଲୋଚନା ପରେ ଆସନ୍ତା ତିନି ମାସ ଭିତରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଡ୍ରାଇଭର ମହାସଂଘର ଆବାହକଙ୍କୁ ଚିଠି ଲେଖି ଜଣାଇଛନ୍ତି ସରକାର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+