Get Updates
Get notified of breaking news, exclusive insights, and must-see stories!

ବିଜେଡ଼ିରୁ ବିଦା ହେଲେ ସୌମ୍ୟ ଓ ରେମୁଣା ବିଧାୟକ

ଭୁବନେଶ୍ୱର: ବିଜେଡିରୁ ବିଦା ହେଲେ ସୌମ୍ୟ ପଟ୍ଟନାୟକ । ଏହା ସହ ଆଉ ଜଣେ ବିଧାୟକଙ୍କୁ ମଧ୍ୟ ବିଜେଡ଼ି ରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟପାଇଁ ଉଭୟଙ୍କୁ ଦଳୁ ବହିଷ୍କାର କରାଯାଇଥିବା ନେଇ ନେଇ ଘୋଷଣା କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

soumya patnaik

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି । 2 ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସଭାପତି । ଗତ କିଛି ଦିନ ହେବ ସୌମ୍ୟଙ୍କ ଆଲେଖ୍ୟକୁ ନେଇ ରାଜ୍ୟ ରାଜନୀତିର ତୁମ୍ବିତୋପାନ ଜାରି ରହିଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଆସନି ନା ନକଲି ସେ ନେଇ ପ୍ରଶ୍ନ କରିଥିଲେ ସୌମ୍ୟ ।

ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ସୌମ୍ୟଙ୍କ ବିରୋଧରେ ଥିବା ବ୍ୟାଙ୍କ୍ ଠକେଇ ମାମଲା ଉପରେ ସୌମ୍ୟଙ୍କ ବିରୋଧରେ ଏ ପଦକ୍ଷେପ ନିଆଯାଇଛି । କିଛି ଦିନ ପୂର୍ବରୁ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା । ଏହା ପରେ ବର୍ତ୍ତମାନ ଆଜି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି । ଯାହାର ତଦନ୍ତ ଭିଜିଲାନ୍ସ କରୁଛି । ଉଭୟଙ୍କୁ ଜନ-ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି ବୋଲି ଦଲର ସଭାପତିଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ରିଲିଜରେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+