Get Updates
Get notified of breaking news, exclusive insights, and must-see stories!

ବଳି ପଡ଼ିବେନି ଗଛ... କଟା ହେବା ବଦଳରେ ହେବ ରିଲୋକେସନ୍...

ଭୁବନେଶ୍ୱର: ଆଉ କଟା ହେବନି ଗଛ । ଗଛ କାଟିବା ବଦଳରେ କରାଯିବ ଟ୍ରି ରିଲୋକେସନ୍ । ଏ ନେଇ SOP ଜାରି ହୋଇଛି । ଜମି ଅଧିଗ୍ରହଣ ସମୟରେ ଗଛକୁ ନ କାଟି ସେଠାରୁ ନେଇ ଅନ୍ୟ ଏକ ସ୍ଥାନରେ ସରକାରୀ ଜମିରେ ଲଗାଯିବ । ଫଳରେ ଗଛଟି ବଞ୍ଚିଯିବ ।

tree

ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଯାହା ଦ୍ୱାରା 34.5 ପ୍ରତିଶତ ଗଛ ବୃଦ୍ଧି ହେଲାଣି । ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନ ।

ହେନ୍ତାଳ ବଣ ସୃଷ୍ଟି କରିବାରେ ଦେଶରେ ଆମ ରାଜ୍ୟ ଏକ ନମ୍ବର । ଜମି ଅଧିଗ୍ରହଣ ସମୟରେ ବହୁ ଗଛ କଟା ଯାଉଛି । ତେଣୁ SOP ହୋଇଛି ଯେ, ଗଛ ଗୋଟେ ଜାଗାରୁ ବାହାର କରାଯାଇ ଆଉ ଏକ ସରକାରୀ ଜମିରେ ଲଗାଯିବ । ଏଥିରେ ପ୍ରାୟ 30 ରୁ 70 ପ୍ରତିଶତ ଗଛ ବଞ୍ଚିବାର ସମ୍ଭାବନା ରହିଛି । ଫନି ସମୟରେ ଏହି କାମ ଶତ ପ୍ରତିଶତ ସଫଳ ହୋଇଥିଲା । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହା କାର୍ଯ୍ୟକାରୀ ହେଉଛି । ଏହା ଏବେ ଅନୁମୋଦନ ପାଇଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+