ସୋନପୁରରୁ ଗଡ଼ିବ ଟ୍ରେନ୍, ପାତାଳି ଶ୍ରୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ରକୁ ମିଳିବ ରେଳ ସୁବିଧା
ସୋନପୁର: ସୋନପୁରରୁ ଗଡ଼ିବ ଟ୍ରେନ୍ । ପାତାଳି ଶ୍ରୀକ୍ଷେତ୍ର ରେଳ ଯୋଗେ ଯୋଡ଼ି ହେବ ଶ୍ରୀକ୍ଷେତ୍ର ପୁରୀ । ସପ୍ତାହକୁ ଏହି ଟ୍ରେନ୍ ଥରେ ଚଳାଚଳ କରିବ । ଏ ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଟ୍ରେନକୁ ଆସନ୍ତାକାଲି (ଶନିବାର) ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ବଲପୁରରୁ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ ମୋଦୀ । ଆସନ୍ତା 8 ତାରିଖରେ ଏହି ଟ୍ରେନ୍ ଗୁରୁବାର ପୁରୀରୁ ସୋନପୁରକୁ ଯିବ ଏବଂ ଶୁକ୍ରବାର ସୋନପୁରରୁ ପୁରୀ ଫେରିବ ।
ସୂଚନାଅନୁସାରେ, ପୁରୀରୁ ସୋନପୁର ଯାତ୍ରୀବାହୀ ଟ୍ରେନ ଯିବା ବେଳେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ଅନୁଗୋଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବଲାଙ୍ଗିର, ବରଗଡ଼, ବିଛୁପାଲି, ନରସିଂହଗଡ଼ ଓ ସୋନପୁର ଷ୍ଟେସନରେ ରହିବ । ଏହି ଟ୍ରେନ ସପ୍ତାହକୁ ଥରେ ଗଡିବ । ହେଲେ ଆଗାମୀ ଦିନରେ ସବୁଦିନ ଗଢ଼ିବାର ସମ୍ଭବନା ରହିଛି ।
ଉଲ୍ଲେଖଥାଉକି, ଆସନ୍ତାକାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି । ଏହା ପରେ ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।












Click it and Unblock the Notifications