ସୈତାନ ପୁଅ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
ସମ୍ବଲପୁର: ବାପାକୁ ପିଟିପିଟି ହତ୍ୟା କଲା ସୈତାନ ପୁଅ । ସାମାନ୍ୟ ବଚସାରୁ ନିଜ ବାପାଙ୍କୁ ପିଟିପିଟି ହତ୍ୟା କରିଛି ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ସଦର ଥାନା ଘେନୁପାଲି ଗାଁରେ ବୃଦ୍ଧ ବାପକୁ ହତ୍ୟା କରିଛି ପୁଅ । ଏହା ପରେ ପେରାର ହୋଇଯାଇଛି ଅଭିଯୁକ୍ତ । ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ ହେଉଛନ୍ତି ଅମୂଲ୍ୟ କୁମୁରା ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ କୌଣସି କାରଣକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ପୁଅ ଉତ୍ତ୍ୟକ୍ତ ହୋଇ ବାପାକୁ ମାଡ଼ ମାରିଥିଲା । ଏଥିରେ ବାପା ଲିଙ୍ଗରାଜ ଅଚେତ ହେବାରୁ ପୁଅ ଫେରାର ମାରିଥିଲା । ତେବେ ସ୍ଥାନୀୟ ଲୋକେ ବାପକୁ ହସ୍ପିଟାଲ ପଠାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାବେଳେ ହତ୍ୟାର କାରଣ ଜଣାପଡିନାହିଁ ।












Click it and Unblock the Notifications