ପିତାହନ୍ତା ପୁତ୍ର; ସାମାନ୍ୟ କଳହରୁ ବାପାକୁ ହତ୍ୟା କଲା ପୁଅ
ଗଞ୍ଜାମ: ବାପାକୁ ହତ୍ୟା କଲା ପୁଅ । ସାମାନ୍ୟ କଳହରୁ ବାପାକୁ ହତ୍ୟା କଲା ନିର୍ଦ୍ଦୟ ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଓ ସଦର ଥାନା ଅଧୀନ କୁମାରପୁର ଗ୍ରାମରେ । ମୃତକଜଣକ ହେଉଛନ୍ତି, ରମେଶ ପ୍ରଧାନ ।
ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ପୁଅ ଦାମୋଦରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଗତକାଲି ସକାଳେ ରମେଶ ଓ ତାଙ୍କ ପୁଅ ଦାମୋଦର ମଧ୍ୟ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଦାମୋଦର ବାପା ରମେଶଙ୍କୁ ଆକ୍ରମଣ କରିଥିଲା । ଗ୍ରାମବାସୀ ପହଞ୍ଚି ତାକୁ ଏଥିରୁ ନିବୃତ୍ତ ରହିବାକୁ ତାଗିଦ୍ କରିଥିଲେ ।
ତେବେ ପୁଣି ଥରେ ସନ୍ଧ୍ୟାରେ ଦାମୋଦର ବାପାଙ୍କ ସହ ପାଟିତୁଣ୍ଡ କରିଥିଲା । ରାଗରେ ଜର୍ଜର ପୁଅ ଏକ ବାଉଁଶ ଠେଙ୍ଗାରେ ରମେଶଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ସଙ୍ଗେ ସଙ୍ଗେ ରମେଶଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ମୃତକଙ୍କ ଝିଅର ଏତଲା କ୍ରମେ ସଦରଥାନାରେ କେସ୍ ନମ୍ବର ୪୫୯/୨୩ ଅନୁସାରେ ହତ୍ୟା ମାମଲା ରୁଜୁ ଦାମୋଦରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।












Click it and Unblock the Notifications