Get Updates
Get notified of breaking news, exclusive insights, and must-see stories!

ବାପାଙ୍କ କୋକେଇ ବନ୍ଧା ବେଳେ ଚାଲିଗଲା ପୁଅର ଜୀବନ, ଏକାଠି ଜଲିଲା ବାପା-ପୁଅ ଜୁଇ

କୋରାପୁଟ: ବାପାଙ୍କ କୋକେଇ ବନ୍ଧା ବେଳେ ଚାଲିଗଲା ପୁଅର ଜୀବନ । ଏହା ପରେ ଏକାଠି ଜଳିଲା ବାପା-ପୁଅର ଜୁଇ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ କାମତା ଗ୍ରାମରେ ।

death

ସୂଚନା ଅନୁସାରେ, ଲକ୍ଷ୍ମଣ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଗତକାଲି କୋରାପୁଟରେ ମୃତ୍ୟୁ ହୋଇଥିଲା । ଅନ୍ତିମ ସଂସ୍କାର ପାଇଁ ଲକ୍ଷ୍ମଣଙ୍କୁ ନିଜ ଗାଁ କାମତାକୁ ନିଆଯାଇଥିଲା । ଗାଁରେ ଅନ୍ତିମ ସଂସ୍କାର ପାଇଁ କୋକେଇ ବନ୍ଧା ହେବା ବେଳେ ପୁଅ ବେଣୁଧର ଛିଡ଼ା ହୋଇଥିଲେ । ତାଙ୍କ ଉପରେ ଗଛଟିଏ ପଡ଼ିଯିବାରୁ ପୁଅ ବେଣୁଧର ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ବେଣୁଧରଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କିଛି ସମୟ ମଧ୍ୟରେ ପରିବାରର ଦୁଇ ଜଣଙ୍କ ଦେହାନ୍ତ ହେବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକ ଓ ବନ୍ଧୁବର୍ଗ । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+