Get Updates
Get notified of breaking news, exclusive insights, and must-see stories!

ବଢିଲା ବିଜୟଙ୍କ ଅଡୁଆ ! ବାହାଘର ବିରୋଧରେ ଲିଖିତ ଅଭିଯୋଗ କଲେ ସୋମାଲିକା

କଟକ: 'ମତେ ନ୍ୟାୟ ମିଳିନି । ସେ କେମିତି ବାହା ହେଇଯିବେ ? କୋର୍ଟଙ୍କ ଦ୍ୱାରସ୍ଥ ହେବି ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି ।' ଏଭଲି କିଛି ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମିକା ସୋମାଲିକା । ଅନ୍ୟତ୍ର ବିବାହ ପାଇଁ ବିଧାୟକ ବିଜୟ ଶଙ୍କର ଦାସଙ୍କ ଆବେଦନ ପରେ କଟକ ସବ୍ ରେଜିଷ୍ଟ୍ରୀ ଅଫିସରେ ପହଞ୍ଚିଛନ୍ତି ପ୍ରେମିକା ସୋମାଲିକା । ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ବିଜୟଶଙ୍କର ଆବେଦନ କରିବା ପରେ ଲିଖିତ ଅଭିଯୋଗ କରିଛନ୍ତି ସୋମାଲିକା ।

bijay shankar das

ବିଜୟଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ସୋମାଲିକା । ମୋତେ ନ୍ୟାୟ ଦରକାର, ଦେଖିବା ପୋଲିସ କ'ଣ ପଦକ୍ଷେପ ନେଉଛନ୍ତି । ଲୁଚିଛପି ଏଭଳି କରିଛନ୍ତି ବିଜୟ । ଏସମ୍ପର୍କରେ ମିଡିଆରୁ ଜାଣିଲି । ସେ ବିଧାୟକ, ତାଙ୍କ ପାର୍ଟି ପାୱାରରେ ଅଛି, ସେଥିପାଇଁ ଆକ୍ସନ ହେଉନି । ପାର୍ଟି ପାୱାର ପାଇଁ ପୋଲିସ ତାଙ୍କୁ ଡାକୁନି କି ଗିରଫ କରୁନି । ପୋଲିସ ବାରମ୍ବାର ମୋତେ ଡାକୁଛି, କିନ୍ତୁ ବିଜୟଙ୍କୁ ଦିନେ ହେଲେ ଡାକୁନି । ପୋଲିସ ମୋତେ ବହୁତ ହାରାସ୍‌ କରୁଛି, ମୁଁ ଡିପ୍ରେସନକୁ ଆସିଗଲିଣି ବୋଲି କହିଛନ୍ତି ସୋମାଲିକା ।

ମୋତେ ଏଯାଏଁ ନ୍ୟାୟ ମିଳିନି, ସେ କିଭଳି ବିବାହ କରିବେ ବୋଲି ମଧ୍ୟ କହିଛନ୍ତି ସୋମାଲିକା । ଏହା ବାଦ୍ ବିଜୟଙ୍କ ବୟସକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରେମିକା ସୋମାଲିକା । ବିଜୟଙ୍କ ବୟସ କଣ ବଢୁନି ବୋଲି କଟାକ୍ଷ କରିଛନ୍ତି ସୋମାଲିକା । ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ 30 ଥିଲା । ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି 30 ଲେଖିଛନ୍ତି । ତାଙ୍କ ବୟସ କଣ ବଢୁନି କି ବୋଲି ପ୍ରଶ୍ନ କରିଛନ୍ତି ସୋମାଲିକା ।

ସୂଚନାଯୋଗ୍ୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ଆବେଦନ କରିଛନ୍ତି । ଗତ 21 ତାରିଖରେ ସେ ବ୍ୟକ୍ତିଗତ ଭାବେ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । ଏହାକୁ ନେଇ ସୋମାଲିକା ସବ୍ ରେଜିଷ୍ଟାର ଅଫିସରେ ଲିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଏହି ଘଟଣାରେ ବିଧାୟକ ବିଜୟ ଶଙ୍କର ସମ୍ପୂର୍ଣ୍ଣ ନିରବ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+