ଓଡ଼ିଶା ବିଧାନସଭା କୁ ମିଳିପାରେ ମହିଳା ବାଚସ୍ପତି, ଚର୍ଚ୍ଚାରେ ରହିଛି ଏହି ନେତ୍ରୀଙ୍କ ନାଁ
Odisha Assembly Speaker: ସେପ୍ଟେମ୍ବର 22 ରୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ଏହା ପୂର୍ବରୁ 21 ତାରିଖରେ ହେବ ବାଚସ୍ପତି ନିର୍ବାଚନ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଏ ନେଇ 18 ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ ।

ଏହା ପୂର୍ବରୁ ବାଚସ୍ପତି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏଥର ଓଡ଼ିଶା ବିଧାନସଭାକୁ ଜଣେ ମହିଳା ବାଚସ୍ପତି ମିଳିପାରନ୍ତି ବୋଲି ଆଲୋଚନା ହେଉଛି । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବାଚସ୍ପତି କରାଯାଇପାରେ ବୋଲି ବିଜେଡି ଶିବିରରେ ଆଲୋଚନା ହେଉଛି ।
ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ମହିଳା କାର୍ଡ ଖେଳିବାକୁ ଚାହୁଁଥିବାରୁ ସ୍ନେହାଙ୍ଗିନୀଙ୍କୁ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିପାରେ ବୋଲି କଳ୍ପନା କାରଯାଉଛି ।
ସେପଟେ ଗୃହରେ ବିଜେଡ଼ିର ସଂଖ୍ୟା ଗରିଷ୍ଠତା ଥିବାରୁ ସେ ହିଁ କେବଳ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିବ । ତେବେ ଏହି ପଦବୀ ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ ତା ଉପରେ ରହିଛି ସମସ୍ତଙ୍କ ନଜର ।
ଏହା ବାଦ୍ ଶାସକ ଦଳର ଅନ୍ୟ 3 ଜଣ ବରିଷ୍ଠ ବିଧାୟକଙ୍କ ନାଁ କୁ ନେଇ ଆଲୋଚନା ଜୋର୍ ଧରିଛି । ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ନୃସିଂହ ସାହୁ ଏବଂ ଦେବୀ ପ୍ରସାଦ ମିଶ୍ର ଏହି ବାଚସ୍ପତି ଦୌଡ଼ରେ ଥିବା ନେଇ ଚର୍ଚ୍ଚା ହେଉଛି ।
ପ୍ରାର୍ଥୀପତ୍ର ଦାଖଲ ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ତେବେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ସଂଖ୍ୟା ଦୃଷ୍ଟିରୁ ବାଚସ୍ପତି ପଦ ଶାସକ ଦଳ ସପକ୍ଷରେ ଯାଉଥିବାରୁ ବିରୋଧୀ ଏହି ପଦ ପାଇଁ ପ୍ରାର୍ଥୀ ଦେଇନପାରନ୍ତି । ଶାସକ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏବେ ବି ସସପେନ୍ସରେ ରହିଛି ।
ସୂଚନାଥାଉକି, ମେ 12 ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଅର୍ଥମନ୍ତ୍ରୀ ହୋଇଥିଲେ ବିକ୍ରମ ଆରୁଖ । ହେଲେ ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଛି ଯେ ପଡ଼ିଛି । ସେବେଠୁ ଉପ ବାଚସ୍ପତି ରଜନିକାନ୍ତ ସିଂ ଆକ୍ଟିଂ ବାଚସ୍ପତି ଦାୟିତ୍ୱ ନିର୍ବାହ କରୁଥିଲେ ।












Click it and Unblock the Notifications