Get Updates
Get notified of breaking news, exclusive insights, and must-see stories!

ବଢୁଛି ସାପ କାମୁଡା ମୃତ୍ୟୁ, ଜାଣି ରଖନ୍ତୁ ସାପ କାମୁଡ଼ିଲେ କଣ କରିବେ...

Snake Bite Treatment: ଗତ କିଛି ଦିନ ହେବ ରାଜ୍ୟରେ ସାପ କାମୁଡ଼ାରେ ମୃତ୍ୟୁ ଖବର ବଢିବାରେ ଲାଗିଛି । ବର୍ଷା ଦିନ କାରଣରୁ ସାପ କାମୁଡ଼ା ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକିୁ ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିବା ସହ ନିର୍ଦ୍ଦେଶାବଳୀ ଜାରି କରିଛି ।

ଜାରି ହୋଇଥିବା ଗାଇଡଲାଇନ ପାଳନ କରିବାକୁ ସବୁ ସିଡିଏମ୍ଓଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି କରି ନିର୍ଦ୍ଦେଶ ଦେଇଛି । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

snake bite

ସବୁ ମେଡିକାଲ(ଡିଏଚ୍‌ଏଚ୍,ଏସ୍‌ଡିଏଚ୍‌, ସିଏସ୍‌ସି, ପିଏଚ୍‌ସି)ରେ ଔଷଧ ଓ ଟେଷ୍ଟିଂ ମାଗଣା ଯୋଗାଇଦେବେ । ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ବିଭାଗକୁ ପଠାଇବେ । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ୍ ପ୍ରତି ସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ । ହଷ୍ଟେଲରେ ମୂଷା, ବେଙ୍ଗ ନ ପଶିବେ ସେଥିପ୍ରତି ଧ୍ୟାନ ଦେବାକୁ ବୁଝାଇବେ । ଏବାବଦରେ ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ସଚେତନ କରି ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ଆଣିବା ଓ ଚିକିତ୍ସା କରିବା ନିମନ୍ତେ କହିବେ ।

କେଉଁ ସାପ ବିଷଧର ଓ କିଏ ବିଷଧର ନୁହେଁ ସେ ନେଇ ଲୋକଙ୍କୁ ସେଚତନ କରାଇବାର ବ୍ୟବସ୍ଥା କରିବେ । ବିନା ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଯେପରି କୌଣସି ଠାରେ ସାପକାମୁଡ଼ା ରୋଗୀଙ୍କ ଚିକିତ୍ସା ନହୁଏ ସେଥିପାଇଁ ଧ୍ୟାନ ରଖିବେ । ସାଧାରଣ ସଭା ଓ ବୈଠକ ସ୍ଥଳରେ ଲୋକଙ୍କୁ ବିଷାକ୍ତ ସାପ ଓ ସାପକାମୁଡ଼ା ଚିକିତ୍ସା ନେଇ ସେଚତନ କରାଇବେ । ସ୍ଥାନୀୟ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସହ ଯୋଗ ସୂତ୍ର ରଖି ବିଷାକ୍ତ ସାପକୁ ଚିହ୍ନଟ କରିବା ସହ ଆବଶ୍ୟକ ସଚେତନତା କରିବେ ।

କାହାକୁ ସାପୁ କାମୁଡ଼ିଥିଲେ ଉକ୍ତ ଲୋକ ମେଡିକାଲ ପହଞ୍ଚିବା ପରେ ଉପସ୍ଥିତ ଡାକ୍ତର ଓ କର୍ମଚାରୀ ଆବଶ୍ୟକ ଚିକିତ୍ସା କରିବେ । ରୋଗୀର ସ୍ୱାସ୍ଥ୍ୟକୁ ନଜରରେ ରଖି ଆବଶ୍ୟକ ସ୍ଥଳେ ଉପରିସ୍ଥ ହସ୍ପିଟାଲକୁ ରେଫର କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

ତେବେ ସାପ କାମୁଡିବା ପରେ କଣ କରିବେ ଏବଂ କଣ ନ କରିବେ ସେ ନେଇ ଆସନ୍ତୁ ଜାଣିବା

କଣ କରିବେ ?

  • ସାପ କାମୁଡ଼ିଥିବା ଲୋକଙ୍କୁ ଯଥା ସମ୍ଭବ ନିକଟସ୍ଥ ଡାକ୍ତରଖାନାକୁ ନେବା ।
  • ସେ ପିନ୍ଧିଥିବା ମୁଦି, ବ୍ରତ କିମ୍ବା ଅନ୍ୟ କିଛି ଜିନିଷ ଯାହା ଟାଇଟ ହୋଇ ବନ୍ଧା ହୋଇଛି ତାକୁ ଖୋଲିଦେବା ।
  • ସାପ କାମୁଡ଼ିବା ପରେ ରୋଗୀଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ ସମ୍ପର୍କରେ ଡାକ୍ତରଙ୍କୁ କହିବା ।
  • ରୋଗୀଙ୍କୁ ବେଶୀ ନ ଚଲାଇ ସିଧା ଡାକ୍ତରଙ୍କ ନିକଟକୁ ନେବାର ଆବଶ୍ୟକ ରହିଛି ।

କଣ କରିବେ ନାହିଁ ?

  • ବହୁ ଦିନରୁ ପ୍ରଚଳିତ ଥିବା କିଛି ପ୍ରାଥମିକ ଚିକିତ୍ସା ଯେପରି ସାପ କାମୁଡି ଥିବା ଅଂଶର ଉପରକୁ କପଡା ବାନ୍ଧିବା ନାହିଁ । ଏହାକୁ ବନ୍ଧିବାର ସଠିକ୍ ଶୈଳୀ ନଜାଣିପାରି ବାନ୍ଧିବା ଦ୍ଵାରା ଏହା ଅଧିକ କ୍ଷତି କରାଇଥାଏ ।
  • ସାପ କମୁଡ଼ିଥିବା ଜାଗାକୁ ସଫା କରିବାର ଆବଶ୍ୟକତା ନାହିଁ । ଏହା ଦ୍ୱାରା ବିଷ ଅଧିକ ଖେଲେଇଥାଏ ।
  • ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସର ଶିକାର ହେବା ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+