Get Updates
Get notified of breaking news, exclusive insights, and must-see stories!

ବଢୁଛି ହୀରାକୁଦଜ ଜଳସ୍ତର, 22 ଗେଟ୍ ଦେଇ ବାହାରୁଛି ବନ୍ୟାଜଳ

ସମ୍ବଲପୁର: ବଢୁଛି ହୀରାକୁଦଜ ଜଳସ୍ତର । ଏହାକୁ ଲକ୍ଷ୍ୟ କରି ଖୋଲାଯାଉଛି ଜଳଭଣ୍ଡାରର ଗେଟ୍ । ବର୍ତ୍ତମାନ ପୁଣି 6 ଟି ଗେଟ୍ ଖୋଲାଯାଇଛି । ଫଳରେ ମୋଟ୍ 22 ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ପୂର୍ବରୁ 16 ଟି ଗେଟ୍ ଦଇ ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ବାମ ପାର୍ଶ୍ୱର 14 ଓ ଡ଼ାହାଣ ପାର୍ଶ୍ୱର 8 ଟି ଗେଟ୍ ଖୋଲା ଯାଇଛି । ବର୍ତ୍ତମାନ 629.56 ଫୁଟରେ ପହଞ୍ଚିଛି ହୀରାକୁଦର ଜଳସ୍ତର । ଉପର ମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାକୁ ଲାଗିଛି । ଏହା ପରେ ଡ୍ୟାମର ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Hirakud dam

ସେପଟେ ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନେଇ କିଛି ମଡେଲରେ ଦର୍ଶଯାଇଛି । ଆନ୍ତର୍ଜାତୀୟ ସଂସ୍ଥା ଆକ୍ୟୁ ଓ୍ବେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲେସ୍ ପୂର୍ବାନୁମାନ କରିଛନ୍ତି ଯେ, ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହା ସାମ୍ଭାବ୍ୟ ବାତ୍ୟାର ରୂପ ନେଇପାରେ ।

କିନ୍ତୁ ବାତ୍ୟା ନେଇ ସୂଚନା ଦେଇ ନଥିବା କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ବାତ୍ୟା ନେଇ ଆମେ ଏଯାଏ କୌଣସି ସୂଚନା ଦେଇନାହୁଁ । ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସେ ଆହୁରି କହିଛନ୍ତି ଯେ, ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।

ସେ ଆହୁରି କହିଛନ୍ତି ଯେ, ଏହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ଜଣା ପଡ଼ିବ । ଏହି ଘୁର୍ଣ୍ଣିବଳୟ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି ମଡେଲ କହୁଛି । ବର୍ତ୍ତମାନ ପରିସ୍ଥିତିରେ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗ କୌଣସି ସତର୍କ ସୂଚନା ଜାରି କରି ନାହିଁ । କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ IMD ଡିଜି କହିଛନ୍ତି ।

ବର୍ତ୍ତମାନ 10 ଟି ମଡେଲ ମଧ୍ୟରୁ ଗୋଟିଏ ଦୁଇଟି ମଡେଲ ବାତ୍ୟା ଦର୍ଶାଉଛି । IMD ଏହା ଉପରେ ନଜର ରଖିଛି ।ଏହା ସତ ଯେ ଅକ୍ଟୋବର ମାସ ଏକ ବାତ୍ୟା ପ୍ରବଣ ମାସ । ତେଣୁ ଆମେ ଏହା ଉପରେ ନଜର ରଖିଛୁ । ବର୍ତ୍ତମାନ ଆମେ ବାତ୍ୟା ନେଇ କୌଣସି ସୂଚନା ଦେଇନାହୁଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+