ହୀରାକୁଦରେ କମୁଛି ଜଳସ୍ତର : ବନ୍ଦ ହେଲା ଆଉ 6ଟି ଗେଟ୍
ଉପରମୁଣ୍ଡରେ କମ୍ ବର୍ଷା ଫଳରେ ହୀରାକୁଦର ଜଳସ୍ତର କମିଛି । ଜଳ ଭଣ୍ଡାରେ ଜଳସ୍ତର କମୁଥିବାରୁ ହୀରାକୁଦର ଆଉ 6ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ 18 ଟି ଗେଟ ଦେଇ ଜଳ ପ୍ରବାହିତ ହେଉଛି ।
ଭୁବନେଶ୍ୱର : ଉପରମୁଣ୍ଡରେ କମ୍ ବର୍ଷା ଫଳରେ ହୀରାକୁଦର ଜଳସ୍ତର କମିଛି । ଜଳ ଭଣ୍ଡାରେ ଜଳସ୍ତର କମୁଥିବାରୁ ହୀରାକୁଦର ଆଉ 6ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ 18 ଟି ଗେଟ ଦେଇ ଜଳ ପ୍ରବାହିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି 628.17 ଫୁଟ ରହିଛି। ଏବେ ହୀରାକୁଦ ଜଳଭଣ୍ଡାରକୁ 3 ଲକ୍ଷ 71 ହଜାର 27 ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି 4 ଲକ୍ଷ 9 ହଜାର 383 ଘନଫୁଟ ଜଳ ନିଷ୍କାସିତ ହେଉଛି ।

ସେପଟେ କଟକ ମୁଣ୍ଡଳି ଦେଇ ମହାନଦୀରେ 6 ଲକ୍ଷ 76 ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ତିନି ଘଣ୍ଟାରେ ବଢ଼ିଛି ମାତ୍ର 7 ହଜାର କ୍ୟୁସେକ୍ ଜଳ । ସେହିପରି ଜୋବ୍ରା ବ୍ୟାରେଜ ଦେଇ 3 ଲକ୍ଷ 32 ହଜାର 409 କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ମହାନଦୀର ଶାଖାନଦୀ କାଠଯୋଡିରେ 3 ଲକ୍ଷ 30 ହଜାର 713 କ୍ୟୁସେକ ପାଣି ପ୍ରବାହିତ ହେଉଛି । ଜଳପ୍ରବାହ ଓ ଉପର ମୁଣ୍ଡରେ ବର୍ଷା କମିଥିବାରୁ ବନ୍ୟା ପାଇଁ ଭୟଭୀତ ନହେବାକୁ ଏସଆରସି କହିଛନ୍ତି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଓଡ୍ରାଫ, ଏନଆରଏଫ ଓ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି ।












Click it and Unblock the Notifications