ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ, ପୁଅ ହତ୍ୟାର ନ୍ୟାୟ ଦାବିରେ ପରିବାର ସଦସ୍ୟ
ଭୁବନେଶ୍ୱର: ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ । ଗୋଟିଏ ପରିବାରର 6 ଜଣ ସଦସ୍ୟ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି । ପୁଅ ହତ୍ୟାର ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର 6 ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ କାବୁ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଛି ।

2022 ରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଯୁବକ ଦୈତ୍ୟରାଜ୍ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରି ନ ଥିଲା । ପରିବାର ଲୋକଙ୍କ ବାରମ୍ବାର ଆନ୍ଦୋଳନ ପରେ ପୋଲିସ ଗତ 15 ତାରିଖରେ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେ ବି ବାହାରେ ବୁଲୁଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ସେମାନେ ପରିବାର ଲୋକଙ୍କୁ ଆକ୍ରମଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ଅନ୍ୟ ଅଭିଯୁକ୍ତ ଡ୍ରଗ୍ସ୍ କାରବାରରେ ଲିପ୍ତ ଥିବା ବେଳେ ପୋଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଅନ୍ୟପକ୍ଷେ ପରିବାର ଲୋକଙ୍କୁ ନାହିଁ ନ ଥିବା ହଇରାଣ କରୁଛନ୍ତି । ଏପରିକି ମୃତ ଦୈତରାଜଙ୍କ ମା ଏବଂ ଭାଇକୁ ଥାନାରେ ଦିନ ଦିନ ରଖୁଥିବା ନେଇ ପରିବାର ଲାକେ ଅଭିଯୋଗ କରିଛନ୍ତି । ଯଦି ନ୍ୟାୟ ନ ମିଳିବ ତେବେ ଆମକୁ ମାରିଦିଅ ବୋଲି ସେମାନେ ନେହୁରା ହେଉଥିବା ଦେଖିବାକୁ ମିଳିଛି ।
ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନ୍ୟାୟ ମାଗିଛନ୍ତି । ଯଦି ନ୍ୟାୟ ନ ମିଳିବ ତେବେ ସାରା ପରିବାର ନବୀନ ନିବାସ ଆଗରେ ଆତ୍ମହୁତି କରିବେ ବୋଲି କାନ୍ଦି କାନ୍ଦି କହୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ପୋଲିସ୍ ସମସ୍ତଙ୍କୁ ଉଠାଇ ଥାନାକୁ ନେଇଥିବା ଜଣାଯାଇଛି ।
ମୃତକଙ୍କ ବାପା କହିଛନ୍ତି, 'ମୋ 16 ବର୍ଷର ପୁଅକୁ ମାରି ଦେଇଛନ୍ତି । ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଖୋଲାରେ ବୁଲୁଛନ୍ତି । ମୋ ଘରକୁ ଆସି ମାରିବାକୁ ଧମକଚମକ ଦେଉଛନ୍ତି । ମୋ ପିଲା ପରିବାର ନେଇ ମୁଁ ରହିପାରୁନି ।'












Click it and Unblock the Notifications